ମକ୍ତବ ବିଦ୍ୟାଳୟରେ ବିଜ୍ଞାନ ମେଳା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ମୁଖ୍ୟାଳୟ ଠାରେ ରହିଥିବା ମକ୍ତବ ବିଦ୍ୟାଳୟ ରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ମେଳା ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମିଶ୍ର ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବି ଆର ସି ସି ନବ କିଶୋର ସାମଲ,ଏ ବି ଓ ମୁକୁନ୍ଦ ଚରଣ ସାହୁ, ଜୟନ୍ତୀ ମଲ୍ଲିକ, ଜୟନ୍ତୀ ପଣ୍ଡା, ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ,ରଜାବସା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରାସମଣୀ ମାଝୀ ଅବଦୁଲ ରହମନ,ରୋକସିନ୍ଦା ବାନୋ, ମହମ୍ମଦ ତାମିଜୁଦ୍ଦିନ ଉପସ୍ଥିତ ହୋଇ ରହିଥିଲେ। ବିଜ୍ଞାନ ମେଳା ରେ ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ରୋହିତ କୁମାର ମହାନ୍ତ, ରଞ୍ଜିତା ମହାନ୍ତ ଯୋଗଦାନ କରି ବିଜ୍ଞାନ ପ୍ରକଳ୍ପ ଗୁଡିକ ର ମୂଲ୍ୟାଙ୍କନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ନୀଳିମା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ୬୩ ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଜ୍ଞାନ ମେଳା କୁ ପରିଚାଳନା ରେ ସହଯୋଗ କରିଥିଲେ ମଞ୍ଜୁଳା ବାରିକ,ପ୍ରଭାତି ସାହୁ,ଆନିକା କୌଶର ,ମୀରା ଜେନା, ସୂର୍ଣ୍ଣପ୍ରଭା ମହାନ୍ତ,ଆକବର ଜମଲ,ରୂପା ଦିଲ୍ଲାଇ, ଜନ୍ମେଜୟ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ