ପୋଲିସ ଓ ସାଧାରଣ ଜନତା ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ସମୁଦ୍ରକୂଳ ଦେଇ ଅନୁପ୍ରବେଶ ଭୟ ସର୍ବଦା ରହିଛି। ଏହା ଛଡା ନିଷିଦ୍ଧ କରାଯାଇଥିବା ସମୟରେ ବେଆଇନି ମାଛ ଧରିବାକୁ ଜଳସୀମା ଡେଇଁ ଟ୍ରଲର ପହଂଚିବାକୁ ରୋକିବା ସହ ସନ୍ଧିଗ୍ଧ ଙ୍କୁ ପ୍ରତିହତ ପାଈଁ ବଡ଼ ଚ୍ୟାଲେଞ୍ଜ। ଏ ସବୁକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ନୂଆଗଡ ସାମୁଦ୍ରିକ ଥାନା ୫ମେ ୨୦୧୪ମସିହାରେ ସ୍ଥାପିତ ହୋଇଛି।ଗଭୀର ସମୁଦ୍ରକୁ ଯାଇଥିବା ବେଳେ ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତି, ଅନୁପ୍ରବେଶକାରୀ ଅବା ସନ୍ଦେହଜନକ ସାମଗ୍ରୀ ନଜର ପଡେ, ତେବେ ତୁରନ୍ତ ଏ ନେଇ ପୁଲିସକୁ ସୂଚନା ଦେବା ସହ ସାମୁଦ୍ରିକ ଥାନା ପୋଲିସ ଓ ଜନସାଧାରଣ ସୁସମ୍ପର୍କ ରଖିବା ପାଈଁ ଶନିବାର ପୂର୍ବାହ୍ନ ରେ ମୁଖ୍ୟ ଅତିଥି ପୁରୀ ଏସ୍ପି ପ୍ରତୀକ ସିଂ,ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦ୍ଧନ ପାଢ଼ୀ ଉପସ୍ଥିତ ରହି ଝାଡ଼ଲିଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେପୁଲିସ କମ୍ୟୁନିଟି ରେ କାର୍ଯ୍ୟକ୍ରମ ମତଦେଇଥିଲେ।
ଖବର ମୁତାବକ ଶନିବାର ପୂର୍ବାହ୍ନ ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଝାଡ଼ଲିଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ଥାନାଅଧିକାରୀ ଅଚ୍ୟୁତାନନ୍ଦ ବେହେରା ଙ୍କ ସଭାପତିତ୍ବ ରେ ମୁଖ୍ୟଅତିଥି ପୁରୀ ଏସ୍ପି ପ୍ରତୀକ ସିଂ, ମୁଖ୍ୟବକ୍ତା ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦ୍ଧନ ପାଢ଼ୀ ,ସଂମାନୀତ ଅତିଥି ନୂଆଗଡ ସମିତି ସଭ୍ୟ ରାମଚନ୍ଦ୍ର ନାୟକ,ଝାଡ଼ଲିଙ୍ଗ ସରପଞ୍ଚ ବୃନ୍ଦାବନ ନାୟକ, ଅସ୍ତରଙ୍ଗ ଥାନାଧିକାରୀ ଦୁର୍ଗା ଚରଣ ମହାପାତ୍ର,ଟେକ୍ନିକାଲ ଷ୍ଟାଫ ମାଷ୍ଟର ପ୍ରକାଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ପୁଲିସ ଓ ସାଧାରଣ ଜନତା ହେଉଛନ୍ତି ପରସ୍ପର ବନ୍ଧୁତ୍ୱ। ସ୍ଥାନୀୟ ଅଞ୍ଚଳ ରେ ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ରଖିବା ସହ ଶାନ୍ତିଶୃଙ୍ଖଳା ସହ ଚଳିବା ପାଈଁ ମୁଖ୍ୟଅତିଥି ଏସ୍ପି ପ୍ରତୀକ ସିଂ ନିଜ ବକ୍ତବ୍ୟ ରେ କହିଥିଲେ। ମଞ୍ଚ ପରିଚାଳକ ଶ୍ରୀ ଯୁକ୍ତ ଶୋଭାକାର ବେହେରା ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ। ସରକାର ଙ୍କ ନିର୍ଦ୍ଧେଶ କ୍ରମେ ନୂଆଗଡ ସାମୁଦ୍ରିକ ଥାନା ପରିସରରେ ବୃକ୍ଷରୋପଣ, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ସାଂସ୍କୃତିକ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ମସ୍ଚ୍ୟଜୀବି ପରିବାରର ସହ ପଡୋଶୀ ଗ୍ରାମର ମହିଳା, ପୁରୁଷ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ ଆୟୋଜନ କରାଯାଇଥିଲା। ଏହା ସହିତ ପୁଲିସକୁ ସହାୟତା କରୁଥିବା କେତେକ ବ୍ୟକ୍ତିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଶୀତ ଋତୁ ହୋଇଥିବାରୁ ଅନେକ ବ୍ୟକ୍ତି ବିଶେଷଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହି ପୁଲିସ ସଚେତନ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳ ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଥାନା କନେଷ୍ଟବଳ ରାକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


