ପଞ୍ଜାବରୁ ଆସିଲା ଅସ୍ତରଙ୍ଗ ଆଳୁ ବିହନ
କାକଟପୁର /ଅସ୍ତରଙ୍ଗ :-(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଉଦ୍ୟାନ ବିଭାଗ ଅଧୀନ ବିଭିନ୍ନ ପଂଚାୟତ ରେ ୨୫ହେକ୍ଟର ଜମିରେ ଆଳୁ ଚାଷ ହେବାକୁ ଉଦ୍ୟାନ କୃଷି ବିଭାଗ ଲକ୍ଷ୍ୟ ରଖିଛି। ରବିବାର ସନ୍ଧ୍ୟା ସମୟରେ ୧୭୪. ୫ କୁଇଣ୍ଟାଲ ର ବିହନ ଆଳୁ ପଞ୍ଜାବରୁ ଆସି ଅସ୍ତରଙ୍ଗ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ରେ ପହଁଚିଛି। ଏହା ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ଚାଷୀଙ୍କୁ ପ୍ରଦାନ କରାଯିବ। ପୂର୍ବରୁ ଚାଷୀ ମାନେ ଆଳୁ ଚାଷ ପ୍ରତି ସେତେଟା ଗୁରୁତ୍ୱ ଦେଉନଥିବାରୁ ବିହନ ସେତେ ମାତ୍ରାରେ ଯୋଗାଇ ଦିଆଯାଉନଥିଲା। ଖୋଲା ବଜାର ରେ ଆଳୁ ବିହନ ଦର ଆକାଶଛୁଆଁ ଥିବାରୁ ଚାଷୀ ମାନେ ସୁଲଭ ଦରରେ ବିହନ ପାଇ ପାରୁନଥିଲେ। କିନ୍ତୁ ଚଳିତ ବର୍ଷ ଅସ୍ତରଙ୍ଗ ବ୍ଲକ ଅଧୀନ ରେ ୨୫ହେକ୍ଟର ଜମିରେ ଆଳୁ ଚାଷ କରାଯିବା ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।ଏଥିପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଉର୍ନ୍ନତ ମାନର ବିହନ ବସ୍ତା ପ୍ରତି ୧ହଜାର ଟଙ୍କା ରହିଥିବା ବେଳେ ପ୍ରତି ଚାଷୀ ଙ୍କୁ ୩ ରୁ ୫ ବସ୍ତା ପ୍ରଦାନ କରାଯିବ ଏହା ସହ ରିହାତି ସର୍ବନିମ୍ନ ୧୫ଶହ ଟଙ୍କା ରୁ ସର୍ବାଧିକ ୨୫ଶହ ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଅସ୍ତରଙ୍ଗ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଯୁଗଲ କିଶୋର ବାର୍ଲା।


