ହାତୀ ସୁରକ୍ଷା ପାଇଁ ସତେତନତା   

ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ  ଛାତ୍ରୀ ଛାତ୍ର ମାନଙ୍କୁ ନେଇ ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ନରସିଂହଗଡ ଗ୍ରାମ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ମିଳିତ ଭାବେ ହାତୀ ସୁରକ୍ଷା ସତେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଟୁକୁନା ସ୍ବାଇଁ ଅଧ୍ୟକ୍ଷତା କରିଥିଲେ।  ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଦିଗପହଣ୍ଡି ବନବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଯୋଗ ଦେଇ ଜନସାଧାରଣ ଙ୍କ ସହଯୋଗ ବିନା ହାତୀ ର ସୁରକ୍ଷା, ଜଙ୍ଗଲ  ସୃଷ୍ଟି କରିବା ସହ ପରିବେଶ ସୁରକ୍ଷା ଅସମ୍ଭବ। ଜୀବ,ଜନ୍ତୁ କୀଟ, ପତଙ୍ଗ ,ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟୀତ୍ବ ବୋଲି ସେ ତାଙ୍କ ଉଦବୋଧନରେ ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି  ଭାବେ ସି ଆରସିସି ଆର . ଦେବହରି ରଣା,ପାଟପୁର ବିଦ୍ୟୁତ ବିଭାଗୀୟ ଅଧିକାରୀ ଇଂ. ଦୀପକ କୁମାର ବାଳିଆର ସିଂ, ପାଟପୁର ଫରେଷ୍ଟର ସନ୍ତୋଷ କୁମାର ସାହୁ,ସରପଞ୍ଚ ପ୍ରତିନିଧି ମିଥୁନ ସେଠୀ ପ୍ରମୁଖ ସଭାରେ ମଞ୍ଚାସିନ ଥିଲେ। ଜୀବଜନ୍ତୁ ଙ୍କ ସୁରକ୍ଷା ପ୍ରତି ଦୃଷ୍ଟି  ନଦେଲେ ସମାଜରେ ମଣିଷ ବଞ୍ଚିବା କଷ୍ଟ ସାଧ୍ୟ ହେବ ବୋଲି ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ। ବିଗତ ଦିନରେ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା ଦ୍ଵାରା ଗତ ଜାନୁୟାରୀ ୨ ଓ ୩୦ ତାରିଖରେ ଢେପାଗୁଡ଼ା ଗ୍ରାମ ଓ ଭୀମନଗର ଗ୍ରାମ ନିକଟ  ଜଙ୍ଗଲରେ  ୨ ହାତୀ ଙ୍କ ମୃତ୍ୟୁ ହୋଇଥିଲା । ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ବନବିଭାଗ  ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେଣୁ ଅବାଧ ବନ୍ୟପ୍ରାଣୀ ଶିକାର ଏକ ଧର୍ତ୍ତବ୍ୟ ଅପରାଧ। ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବନ୍ୟପ୍ରାଣୀ ଙ୍କ ଠାରୁ ସତର୍କ ରହିବାକୁ ବନବିଭାଗ ଅଧିକାରୀ ବୃନ୍ଦ ସଭାରେ ଗ୍ରାମବାସୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ଶିକ୍ଷକ ନାରାୟଣ ଦୋରା ପରିଚାଳନା କରିଥିବା ବେଳେ ବିଦ୍ୟାଳୟ  ପରିଚାଳନା କମିଟି ସଭାପତି ରଞ୍ଜନ ମଲ୍ଲିକ ଙ୍କ ସମେତ ସୋମନାଥ ପ୍ରଧାନ,ହିମାଂଶୁ ତ୍ରିପାଠୀ, ବିକ୍ରମ କେଶରୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସଚେତନତା  ସଭା ପରିଚାଳନା ରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ