ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଡିସେମ୍ବର ୨୪ ତାରିଖ ଦିନ ପୋଲସରା ଏନଏସି ବିଜେଡି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗଦେଇଥିବା ବେଳେ ପୋଲସରା ବ୍ଲକ ଓ ଏନଏସି ଏବଂ ବୁଗୁଡା ବ୍ଳକ ଓ ଏନଏସି ର ବିଜୁ ଜନତା ଦଳର କର୍ମକର୍ତ୍ତା ଓ ଲୋକ ପ୍ରତିନିଧି ବୃନ୍ଦ ଯୋଗଦେଇ ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଆଲୋଚନା କରିଥିଲେ। ଏଥିରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ବୁଗୁଡା ବ୍ଲକ ବିଜେଡି ସଭାପତି ଖଦାଳ ଖଟେଇ, ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ପୋଲସରା ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ବୁଗୁଡା ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି କବିରାଜ ଗୌଡ଼, ପୋଲସରା ଏନଏସି ଅଧ୍ୟକ୍ଷା ପ୍ରତିନିଧି ଶିଶିର ବେହେରା,   ପୋଲସରା ବ୍ଲକ ଜିଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ଝୁନୁ ଦାସ ଓ ବିକ୍ରମ କୁମାର ନାୟକ, ପୋଲସରା ଏନଏସି ବିଜେଡି ସଭାପତି ଗୋପାଳ ସାହାଣୀ, ବୁଗୁଡା ବ୍ଲକ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ନିବାସୀ ପରିଡା, ଦୀପିକା ବାରିକଙ୍କ ସମେତ ଦୁଇ ବ୍ଲକ ଓ ଏନଏସିର ସରପଞ୍ଚ ଓ ପୂର୍ବତନ ସରପଞ୍ଚ, ସମିତି ମେମ୍ବର ଓ ପୂର୍ବତନ ସମିତି ମେମ୍ବର, ବ୍ଲକ, ପଞ୍ଚାୟତ ଓ ଏନଏସି ର କର୍ମକର୍ତ୍ତା ଓ ବିଜେଡି ସଦସ୍ୟ ଯୋଗଦେଇ ୨୯ ତମ ପ୍ରତିଷ୍ଠା ଦିବସ ପାଳନ ବିଷୟ ସହ ସଙ୍ଗଗଠ ସୁଦୃଢ କରିବା ବିଷୟରେ ଆଲୋଚନା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ