ମୁନିଗୁଡା ଅଞ୍ଚଳର ଯୁଗଳ ପଟ୍ଟନାୟକଙ୍କୁ ପ୍ରେରଣାଦାୟୀ ବ୍ୟକ୍ତିତ୍ଵ ସମ୍ମାନରେ ସମ୍ମାନିତ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡା ନିକଟସ୍ଥ ହାଟମୁନିଗୁଡା ନିବାସୀ ତଥା ମହାଶକ୍ତି ଫାଉଣ୍ଡେସନର ସହ ପ୍ରତିଷ୍ଠାତା ଯୁଗଳ କିଶୋର ପଟ୍ଟନାୟକଙ୍କୁ ସାମାଜିକ ସେବା କ୍ଷେତ୍ରରେ ଅତୁଲ୍ୟ ଅବଦାନ ପାଇଁ ୨୦୨୫ ବର୍ଷ ପାଇଁ ଶ୍ରେଷ୍ଠ ପ୍ରେରଣାଦାୟୀ ସମ୍ମାନରେ ସମ୍ମାନିତ କରାଯାଇ ତାଙ୍କୁ ଉତ୍ତରୀୟ ଓ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି,ଭୁବନେଶ୍ୱର ସ୍ବସ୍ତି ହୋଟେଲ ଠାରେ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ ତରଫରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ନିୟୁଜଲ୍ୟାଣ୍ଡର ଏକଲାଣ୍ଡ କନ୍ ସୋଲ ଜେନେରାଲ ଥିବା ମଦନ ମୋହନ ସେଠି,ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ସୁଜିତ୍ କୁମାର,ନିରଞ୍ଜନ ବିଶି,ବିଧାୟକ ଆକାଶ ଦାସ ନାୟକ,ଇଣ୍ଟର ଭ୍ୟୂ ଟାଇମ୍ସର ଅଧକ୍ଷ ସୁବାସିଶ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଦୀର୍ଘ ୩୫ ବର୍ଷ ଧରି ଯୁଗଳ କିଶୋର ପଟ୍ଟନାୟକ ମହାଶକ୍ତି ଫାଉଣ୍ଡେସନ ତଥା ଅନୁବନ୍ଧିତ ଅନୁଷ୍ଠାନ ମାଧ୍ୟମରେ ଓଡ଼ିଶାର ଅର୍ଥନୈତିକ ସୀମାରେଖା ତଳେ ଥିବା ୨ ଲକ୍ଷ୍ୟ ପରିବାରର ଜୀବନ ଜୀବିକାର ବିକାଶ ପାଇଁ ନିଷ୍ଠାପର ଭାବେ କର୍ଯ୍ୟ କରିବା ସହ ୬୦୦ ରୁ ଉର୍ଦ୍ଧ ଯୁବକ ଯୁବତୀଙ୍କୁ କର୍ମ ସଂସ୍ଥାନ ବ୍ୟବସ୍ଥା କରୁଛନ୍ତି । ଏହି ଉଲ୍ଲେଖନୀୟ ପ୍ରୟାସ ପାଇଁ ତାଙ୍କୁ ଚଳିତ ବର୍ଷ ପାଇଁ ସାମାଜିକ କ୍ଷେତ୍ରରେ ଶ୍ରେଷ୍ଠ ପ୍ରେରଣାଦାୟୀ ବ୍ୟକ୍ତିତ୍ଵ ଭାବେ ସମ୍ମାନିତ କରାଯାଇଅଛି ।


