ବଳଦେବ ସେନାର ରକ୍ତଦାନ ଶିବିର
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବଳଦେବ ସେନା ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ ରକ୍ତଦାନ ଶିବିର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଯାତ୍ରୀ ନିବାସ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମାନବିକ କାର୍ଯ୍ୟକ୍ରମରେ ସେନାର ସଦସ୍ୟମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଉଲ୍ଲେଖନୀୟ ତଥା ଉତ୍ସାହଜନକ ସହଭାଗିତା ପ୍ରକାଶ ପାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର କର୍ମଚାରୀ ରାକେଶ କୁମାର ମିଶ୍ରଙ୍କ ସଂଯୋଜନାରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହା ଆଗାମୀ ଦିନରେ ଗୁରୁତର ରୋଗୀମାନଙ୍କ ଜୀବନରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ ବୋଲି ଆଶା କରାଯାଇଛି। ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମୀ ଦିବ୍ୟାସ୍ୱରୂପାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦେବୋତ୍ତର ନ୍ୟାସର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ନାରାୟଣ କର, ମନୋରଞ୍ଜନ ବେହେରା ଓ ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିଥିଲେ। ସମସ୍ତ ଅତିଥି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ବଳଦେବ ସେନାର ଏହି ମହତ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଶିବିରର ସଫଳ ସୁପରିଚାଳନାରେ ସଭାପତି ପପୁନ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ଉମାକାନ୍ତ ବଳ ଓ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଶୁଭାଂଶୁ ଶେଖର ରାଉତ ଓ ସେନାର ଅନ୍ୟ ସଦସ୍ୟ ଗଣ ହିମାଂଶୁ ବେହେରା, ଆଶୁତୋଷ ପଣ୍ଡା, ପଦ୍ମଲୋଚନ ସାହୁ, ନୀଳମାଧବ ବେହେରା, ଉମେଶ ବେହେରା, ଉମାକାନ୍ତ ବେହେରା, ଅନିଶ ସୁତାର, ଚନ୍ଦନ ସ୍ୱାଇଁ, ସୁବ୍ରଜିତ୍ ପ୍ରଧାନ, ପ୍ରକାଶ ଗୋଚ୍ଛାୟତ, ସୁଶିଲ ରାଉତ, ଖଗେଶ୍ୱର ବେହେରା, ବିଚିତ୍ର ମହାରଣା, ସୁଦୀପ୍ତ ସ୍ୱାଇଁ, ଦୀପକ ନାୟକ, ପ୍ରିୟରଞ୍ଜନ ପରିଡ଼ା, ଲଲାକେନ୍ଦୁ ବେହେରା, ରାକେଶ ମହାନ୍ତି, ଆଲୋକ ସାହୁ ଓ ବ୍ରହ୍ମଚାରୀ ନୃସିଂହ ବାବା ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ। ରକ୍ତଦାନ ମାନେ ଅନ୍ୟ ଜଣଙ୍କୁ ଜୀବନ ଦେବା ସହ ନିଜ ସ୍ୱାସ୍ଥ୍ୟକୁ ମଧ୍ୟ ସୁଦୃଢ଼ କରିବା ଓ ନିୟମିତ ରକ୍ତଦାନ ଦ୍ୱାରା ରକ୍ତଚାପ, କୋଲେଷ୍ଟଲ ଓ ଆଇରନ ସ୍ତର ସନ୍ତୁଳିତ ରହି ହୃଦୟ ଓ ସ୍ୱାସ୍ଥ୍ୟ ଉନ୍ନତ ହୁଏ। ତେଣୁ କୌଣସି ଭୟ ନରଖି ଜରୁରୀ କାଳୀନ ସ୍ଥିତିରେ ରକ୍ତଦାନ କରିବାକୁ ସେନା ପକ୍ଷରୁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି।


