କେନ୍ଦ୍ରାପଡା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ମହାବିଦ୍ୟାଳୟର୧୯୯୩ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ପଞ୍ଚମ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୧୯୮୮ରୁ ୧୯୯୩ ମଧ୍ୟରେ ଅଧ୍ୟୟନରତ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ୧୨୦ଜଣ ଛାତ୍ରଛାତ୍ରୀ ଯୋଗଦେଇ କଲେଜ ଜୀବନର ସେହି ପୁରୁଣା ଅତୀତର ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଭାପତି ସୁରେନ୍ଦ୍ର ନାଥ ଜେନା ଓ ସମ୍ପାଦକ ଦାମୋଦର ପଣ୍ଡା ପରିଚାଳନା କରିଥିଲେ। ପ୍ରଥମେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପରେ ଦିବଗଂତ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ବନ୍ଧୁ ତାପସ ଦାସ, କଳ୍ପନା ଦାସ, ସୁଜିତ କୁମାର ଦାସ, ନିରାକାର ମଲ୍ଲ ଓ ସନ୍ଧ୍ୟାରାଣୀ ମହାନ୍ତିଙ୍କ ଦ୍ୱାରା ନାରୀଙ୍କୁ ସମ୍ମାନ ପ୍ରସଙ୍ଗରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଯୋଗଦେଇ ବନ୍ଧୁମାନେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଚିନ୍ମୟ କୁମାର ଦାସ, ଅଭୟ ମହାରାଜ ଓ ଡାକ୍ତର ସୁବାସ ଚନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ।


