ଖେମୁଣ୍ଡି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ମିନି ଷ୍ଟାଡିୟମ  ରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଯାଇଛି।ଖେମୁଣ୍ଡି ସ୍ପୋର୍ଟି କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କ ଚିକିଟି ର ବିଶିଷ୍ଟ ବ୍ଯବସାୟୀ ତଥା ସମାଜସେବୀ ଗଣେଶ କୁମାର ବ୍ରହ୍ମା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ୍ ଗଜପତି ଜିଲ୍ଲା ଅଡବା ଗ୍ରାମ ଭଲିବଲ ଟିମ୍ ଏବଂ ବ୍ରହ୍ମପୁର ପାଓ୍ଵାର ସିକ୍ସ ଭଲିବଲ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବ୍ରହ୍ମପୁର ପାୱାର ସିକ୍ସ  ୨-୧ ସେଟରେ ମ୍ୟାଚ୍ ବିଜୟୀ ହୋଇ ପରବର୍ତ୍ତୀ ମ୍ୟାଚ୍ କୁ ଉନ୍ନୀତ ହୋଇଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟ ଆୟୋଜକ ଅର୍ଦ୍ଦୁ . ଗୋବିନ୍ଦଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନ ସଭାରେ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି ସଭାପତି ଶିବଶଙ୍କର ମହାଙ୍କୁଡ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ , କୋଷାଧ୍ୟକ୍ଷ ଦୀପକ କୁମାର ମିଶ୍ର , ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଏମ.ଗୌରାଙ୍ଗ, ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଏ . ସାକିଲି , ବାରିକ ବେହେରା , ଲୋକନାଥ ପାଣିଗ୍ରାହୀ , କେ . କୁନା ପ୍ରମୁଖ ଉପସ୍ଥିତ ଥିଲେ । ଗୋବିନ୍ଦ ନାୟକ ରେଫେରି ଭାବେ ମ୍ୟାଚ ପରିଚାଳନା କରିଥିବା ବେଳେ ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ସଦସ୍ୟ ବୃନ୍ଦ ମ୍ୟାଚ୍ ପରିଚାଳନା  ରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ