ନୂଆବର୍ଷ ଆରମ୍ଭରୁ ସଦର ବିଜେପି ପକ୍ଷରୁ ଆରମ୍ଭ ହେଲା ମିଶ୍ରଣ ପର୍ବ: ସଂଖ୍ୟାଧିକ ବିଜେଡ଼ି କର୍ମୀ ଦଳରେ ହେଲେ ସାମିଲ

ବାଲେଶ୍ବର(ସରୋଜ ପଣ୍ଡା): ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ଲୋକଙ୍କ ସରକାରଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୁଆଁଳ ପଂଚାୟତର ସଂଖ୍ୟାଧିକ ବିଜେଡ଼ି ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଜେଲ୍‌ରୋଡ୍ ସ୍ଥିତ ବିଜେପି ସଦର ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଇଶ୍ୱର ଚନ୍ଦ୍ର ବେହେରା ଓ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ନବାଗତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ଦେଶରେ ବିଗତ ୧୨ବର୍ଷ ଧରି ବିକାଶଧାରାକୁ ନଭଶ୍ଚୁମ୍ଭୀ କରାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଆଜି ଗ୍ରାମଂଚଳର ଘରେ ଘରେ ପହଂଚିପାରିଛି । ସେହିପରି ୨୪ବର୍ଷର କୁଶାସନକୁ ହଟାଇ ରାଜ୍ୟରେ ଜନସେବାର ପ୍ରତୀକ ସାଜିଥିବା ଲୋକଙ୍କ ସରକାର ୨ବର୍ଷ ମଧ୍ୟରେ ଗ୍ରାମଂଚଳରେ ବିକାଶର ନୂଆ ଦିଗ ଦେଖାଇଛି । ଏହି ବିକାଶ ଧାରାରେ ନିଜକୁ ସାମିଲ କରିବା ପାଇଁ ଗ୍ରାମ୍ୟ ରାଜନୀତିର ଧୂରୀଣ ନେତା ଓ ତାଙ୍କ ସମର୍ଥକମାନେ ବିଜୁ ଜନତା ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ବ୍ୟାପକ ଭାବେ ଏହିଭଳି ମିଶ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ୟ ଦଳର ହଜାର ହଜାର କର୍ମୀ ଓ ସମର୍ଥକ ବଜେପିରେ ଯୋଗଦେବେ ବୋଲି ଶ୍ରୀ ଦତ୍ତ ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବରେ ବୁଆଁଳ ପଂଚାୟତର ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡି ସରପଂଚ ପ୍ରାର୍ଥୀ ରାଜକିଶୋର ମହାପାତ୍ରଙ୍କ ସମେତ ୱାର୍ଡ ସଭ୍ୟ ଉମାକାନ୍ତ ମହାଳିକ, ପୂର୍ବତନ ୱାର୍ଡ ସଭ୍ୟ ଲୋକନାଥ ସାହୁ ଓ ସୁକାନ୍ତି ସାହୁ, ୧ନଂ ବିଜେଡି ୱାର୍ଡ ସଭାପତି ଉପେନ୍ଦ୍ର ସେଠୀ, ୧୦ନଂ ବିଜେଡି ୱାର୍ଡ ସଭାପତି ସୁରେଶ ମହାନ୍ତି, ଅନନ୍ତ ସେଠୀ, ମଞ୍ଜୁଲତା ସେଠୀ, ବାବୁ ଜେନା, ମହାତ୍ମା ଜେନା, ମନୋରଞ୍ଜନ ସେଠୀ, କାବୁଲ ଜେନା, ସନିଆ ଜେନା, ଚନ୍ଦନ ଜେନା, ଧିରେଶ ଜେନା, ଦିଲ୍ଲୀପ ଜେନା, ନାରାୟଣ ଦାସ, ଦୈତାରୀ ଜେନା, ପ୍ରଦୀପ କୁମାର ସାହୁ, ଗିରିଶ ଜେନା, ଅନନ୍ତ ଜେନା, ପ୍ରଶାନ୍ତ କୁମାର ପରିଡା, ଅନ୍ନପୂର୍ଣ୍ଣ ମହାଳିକ, ତ୍ରିଲୋଚନ ମହାପାତ୍ର ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇ ରାଷ୍ଟ୍ରସେବାରେ ନିଜକୁ ନିୟୋଜିତ କରିବା ସହିତ ଆଗାମୀ ପଂଚୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାପାଇଁ ଭରପୁର ପ୍ରୟାସ କରିବେ ବୋଲି ଘୋଷଣା କରିଥିଲେ । ଜିଲ୍ଲା ଉପ ସଭାପତି ଗୌରାଙ୍ଗ ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଶୁରାମ ବେହେରା, ରବିନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ମଣ୍ଡଳ ସଭାପତି କାହ୍ନୁ ଚରଣ ମହାଳିକ, ବୁଆଁଳ ସରପଂଚ ଜିତେନ ଜେନା, ସମିତି ସଭ୍ୟ ମାୟାଧର ମହାଳିକ, ବେଣୁଧର ପରିଡା, ଜୟନ୍ତୀ ପଣ୍ଡା, କାର୍ତ୍ତିକ ଚନ୍ଦ୍ର ରାଉତ, ସୁଶାନ୍ତ ମହାପାତ୍ର, ଅଶୋକ ମହାକୁଡ଼, ଗଜେନ୍ଦ୍ର ଜେନା, ସଦାଶିବ ବେହେରା, ଜନ୍ମଞ୍ଜୟ ମହାପାତ୍ର, ପ୍ରମଲ ସିଂ, ମୁରଲୀଧର ମହାପାତ୍ର, କରୁଣାକର ମହାଳିକ, ବାବୁ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ। ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ