ଚଢ଼ା ଦରରେ ବାଲି ବିକ୍ରି ପାଇଁ ବେଆଇନ ଭାବେ ଆନ୍ଧ୍ରରୁ ଆସିଥିବା ଦୁଇ ଟ୍ରାକ୍ଟର ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି ସହରକୁ ପଡୋଶୀ ଆନ୍ଧ୍ରରୁ ଚୋରାରେ ବାଲି ଆଣି ଚଢ଼ା ଦରରେ ବିକ୍ରି କରିବା ପାଇଁ ଚୁକ୍ତି କରି ପାରଳା ସହରକୁ ବାଲି ଧରି ଆସିଥିବା ଦୁଇ ଗୋଟି ଆନ୍ଧ୍ରର  ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି। ଏମାନଙ୍କୁ 51 ହଜାର ଲେଖାଏଁ ଜରିମାନା କରାଯାଇଛି.  ଗଜପତି ଜିଲ୍ଲା ଖଣି ବିଭାଗ ପକ୍ଷରୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ  ଚଢ଼ାଉ କରାଯାଇ ଦୁଇଟି ଆନ୍ଧ୍ର ଟ୍ରାକ୍ଟରକୁ ଜବତ କରାଯାଇଥିବା ସୂଚନା ମିଳିଛି. ଜିଲ୍ଲା ଖଣି ଅଧୁକାରୀ ଡିପେନ ପରିଡା ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ  ସୂଚନା ଦେଇ କହିଛନ୍ତିଯେ, ପଡୋଶୀ ଆନ୍ଧ୍ରରୁ ଚୋରାରେ ବାଲି ଆଣି ପାରଳା ସହର ସମେତ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଚଢା ଦରରେ ବିକ୍ରି କରାଯାଉଛି. ଏନେଇ ଖଣି ବିଭାଗ ତରଫରୁ ଚଢାଉ ଜାରି ରହିଛି. ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢାଉ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଆନ୍ଧ୍ରରୁ ଦୁଇ ଗୋଟି ବାଲି ବୋଝେଇ ଟ୍ରାକ୍ଟର ପାରଳା ସହର ମଧ୍ୟକୁ ପ୍ରବେଶ କରିଥିଲା. ପ୍ରସ୍ତୁତ ଥିବା ଖଣି ବିଭାଗଟିମ ଚଢାଉ କରି ବିନା ଅନୁମତିରେ ବାଲି ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ଦୁଇଗୋଟି ଟ୍ରାକ୍ଟରକୁ ଜବତ କରାଯାଇ  ବଡ଼ଦାଣ୍ଡ ଖଣି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଟକ ରଖାଗଲା. ଏହି ଦୁଇ ଗୋଟି ଟ୍ରାକ୍ଟରକୁ ଗୋଟିଏ ଟ୍ରାକ୍ଟର ପିଛା 51 ହଜାର ଟଙ୍କା ଲେଖାଏଁ ଜରିମାନା କରାଗଲା. ଗୋଟିଏ ଟ୍ରାକ୍ଟର 51 ହଜାର ଟଙ୍କା ଦେଇ ଆନ୍ଧ୍ରକୁ ବାଲି ଧରି ଫେରି ଯାଇଥିବା ବେଳେ ଅନ୍ୟ ଏକ ଟ୍ରାକ୍ଟର ଖବର ଲେଖିବା ସୁଦ୍ଧା ଜବତ ହୋଇ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ