ଦକ୍ଷିଣ ଓଡିଶା ଜୋନ ସ୍ତରୀୟ ଏଆଇ ଓ ରୋବୋଟିକ୍ସ ପ୍ରଶିକ୍ଷଣ ଶିବିର

ଛତ୍ରପୁର,(ଓ୍ବାଇଏନଏସ): ଦକ୍ଷିଣ ଓଡିଶା ଜୋନ ସ୍ତରୀୟ ଏଆଇ (କୃତ୍ରିମ ବୁଦ୍ଧିମତା) ଓ ରୋବୋଟିକ୍ସ ପ୍ରଶିକ୍ଷଣ ଶିବିର ଗୁରୁବାର ପୂର୍ବାହ୍ନ ୧୦ଟା ରେ ଛତ୍ରପୁର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶୁଭାରମ୍ଭ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମ
 ଛତ୍ରପୁର ବିଧାୟକ  କୃଷ୍ଣ ଚନ୍ଦ୍ର ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ  ଓକେସିଏଲ ର ଗଞ୍ଜାମ ଜିଲ୍ଲା ମୂଖ୍ୟ ଏସ ରେଖା ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଓଡ଼ିଆ ମାଧ୍ୟମରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ପରିଚିତ କରାଇବା ପାଇଁ ଓଡ଼ିଶା ସରକାରଙ୍କ ଏହି ପ୍ରୟାସକୁ ସୂଚନା ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ ବିଭାଗ ପକ୍ଷରୁ ଏହାର ଅଧିନସ୍ଥ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍) ଓ ଓଡ଼ିଶା ନଲେଜ କର୍ପୋରେସନ ଲିଃ ଦ୍ବାରା ରୂପାୟନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଓଡିଶାର ବଛା ବଛା ଶହେଟି ବିଦ୍ୟାଳୟର ବାର ହଜାର ଛାତ୍ରଛାତ୍ରୀଙ୍କୁ ଏହି ତାଲିମ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାର କାର୍ଯ୍ୟକାରିତାକୁ ଦେଖି ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏହି ତାଲିମ ଦିଆଯିବ। ଜାନୁୟାରୀ ୯ ତାରିଖ ଦିନ ଭୂବନେଶ୍ବରର ଅନ୍ଧାରୁଆ ସ୍ଥିତ ଆଇକନିକ ଓଏଭିରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଓଡ଼ିଶା ସରକାରଙ୍କ ଦୁଇ ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ନିତ୍ୟାନନ୍ଦ ଗଣ୍ଡ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଓଡ଼ିଆ ମାଧ୍ୟମ ସରକାରୀ ଉଚ୍ଚ ବିଦ୍ୟାଳୟରେ ୮ମ, ୯ମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଧୁନିକ ଆଇଓଟି, ରୋବୋଟିକ୍ସ, ଏଆଇ ଭଳି କୌଶଳ ସହ ପରିଚିତ କରାଇବା ସହ ଏହାକୁ ନେଇ ସେମାନେ ଯେପରି ଆଗକୁ ବଢ଼ିବା ପାଇଁ ଉଦ୍ୟମୀ ହେବେ ସେଥିପାଇଁ ପ୍ରୋତ୍ସାହିତ କରିବା ଏହି ଯୋଜନାର ଲକ୍ଷ୍ୟ। ଆଗାମୀ ଦିନରେ ଓଡ଼ିଶାରେ ଶିକ୍ଷା ପ୍ରାପ୍ତ ଯୁବ ସମାଜ ଏଭଳି କୌଶଳକୁ ରୁଦ୍ଧିମନ୍ତ କରି ସେଥିରୁ ଲାଭ ପାଇବା ସହ ଓଡ଼ିଶାର ନାମକୁ ଆନ୍ତର୍ଜାତିକ କ୍ଷେତ୍ରରେ ଆହୁରି ଦୀପ୍ତିମାନ କରି ରାଜ୍ୟକୁ ଗୌରବାନ୍ବିତ କରିବେ ବୋଲି ଅତିଥି ମାନେ ଆଶା ପ୍ରକାଶ କରିଥିଲେ। ଭବାନୀ ଶଙ୍କର ପଣ୍ଡା (ଏଆଇ), ସୁରଜ କୁମାର ସ୍ବାଇଁ (ସାଇବର ସିକ୍ୟୁରିଟି), ଆଶୁତୋଷ ସେଠି (ଆଇଓଟି- ରୋବୋଟିକ୍ସ)ରେ ତାଲିମ ପ୍ରଦାନ କରିବା ବେଳେ ପିପନ ନାୟକ ସଂଯୋଜନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ