ମାଲ ବୋଝେଇ ଟ୍ରକ୍ ପଛରେ ପିଟିଲା ଯାତ୍ରୀବାହୀ ବସ୍

କଟକ, (ଓ୍ବାଇଏନଏସ): ମାଲ ବୋଝେଇ ଟ୍ରକ୍ ପଛରେ ପିଟିଲା ଯାତ୍ରିବାହୀ ବସ। ୫୫ନଂ ଜାତୀୟ ରାଜପଥ ଚୌଦ୍ଵାର କଜଳକଣା ଗଡା ନିକଟରେ ସିମେଣ୍ଟ ବୋଝେଇ ଟ୍ରକ ପଛ ପଟକୁ ଧକ୍କା ଦେଇଛି ନୀଳମାଧବ ନାମକ ଏକ ଘରୋଇ ବସ । ସୂଚନା ମୁତାବକ ବସଟି ପିକନିକରେ ନରସିଂହପୁର ଯାଇଥିଲା।ଯାତ୍ରୀମାନଙ୍କୁ ଛାଡ଼ି ବସଟି ନରସିଂହ ପୁରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ବସ୍ ଡ୍ରାଇଭରର ଆଖି ଲାଗିଯିବା କାରଣରୁ ଟ୍ରକ୍ ପଛକୁ ଧକ୍କା ଦେଇଥିଲା। ସୌଭାଗ୍ୟବଶତଃ ବସରେ କୌଣସି ଯାତ୍ରୀ ନଥିଲେ। ପାଖାପାଖି ରାତି ୪ଟାରେ ଦୁର୍ଘଟଣା ହୋଇଥିଲା। ଫଳରେ ବସର ସମ୍ମୁଖ ଭାଗଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଟ୍ରକଟି କ୍ଷୟକ୍ଷତି ହୋଇଛି । ବସ୍ ଡ୍ରାଇଭର ଓ ଟ୍ରକ୍ ଡ୍ରାଇଭର ସୁରକ୍ଷିତ ଥିବା ବେଳେ ଚୌଦ୍ୱାର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ନିଜ ହେଫାଜତକୁ ନେଇ ତଦନ୍ତ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ