ଅତିଥି ସାଜିଥିବା ଦେଶୀ, ବିଦେଶୀ ପକ୍ଷୀଙ୍କ ଗଣନା: ୩୨ରୁ ଉର୍ଦ୍ଧ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସମାଗମ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ): ଅତିଥି ସାଜିଥିବା ଦେଶୀ, ବିଦେଶୀ ପକ୍ଷୀଙ୍କ କରାଯାଇଛି ଗଣନା। ରବିବାର ସକାଳ ୫ଟାରୁ ପୂର୍ବାହ୍ନ ୯ଘଟିକା ପର୍ଯ୍ୟନ୍ତ ପୁରୀ ବନଖଣ୍ଡ ଅଧୀନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳରେ ୫ଟି ସ୍ଥାନରେ ଗଣନା କରାଯାଇଛି। ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର ଙ୍କ ତତ୍ୱାବଧାନ ରେ ୧୬ଜଣ ସଦସ୍ୟ କୁ ନେଇ ୫ଟି ଦଳ ୫ଟି ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ କରିଥିଲେ। ଜୈବବିବିଧତା ଦୃଷ୍ଟିରୁ ଲୁଣା ଜଙ୍ଗଲ, ନଦୀ ମୁହାଣ ଓ ଆଦ୍ର ଭୂମି ସମୃଦ୍ଧ ଅସ୍ତରଙ୍ଗ ଅଞ୍ଚଳ ହୋଇଥିବାରୁ ଏଠାରେ ବିଭିନ୍ନ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଥିଲା।ପ୍ରତିବର୍ଷ ଜାନୁଆରୀ ମାସରେ ରାଜ୍ୟ ସରକାର ଙ୍କ ତରଫରୁ ସାରା ଓଡିଶାରେ ପକ୍ଷୀ ଗଣନା କରାଯାଏ।ଏହି ଆଧାରରେ ଅସ୍ତରଙ୍ଗ ବନାଞ୍ଚଳ ଅଧୀନ ଗଙ୍ଗାଦେବୀ ରୁ ନାଶି, ମୁହାଣ ମୁହଁ ରୁ ପାଟସୁନ୍ଦରପୁର, ନଟରା ରୁ କେଉଟଜଙ୍ଘା, ବେଲେଶ୍ୱର ରୁ କେଳୁଣୀ ଓ କଣମଣ ରୁ ଗଙ୍ଗାଦେବୀ ପ୍ରଭୂତି ସ୍ଥାନରେ ପକ୍ଷୀ ଗଣନା କରାଯାଇଛି।କର୍ମଚାରୀ ମାନେ ବାଇନାକୁଲାର,ଗାଇଡି ବୁକ ଓ ବାର୍ଡ଼ ଏକ୍ସପଟ ଙ୍କ ସାହାଯ୍ୟ ରେ ପକ୍ଷୀ ଗଣନା କରାଯାଇଛି।ଜଳଭାଗ ଓ ସ୍ଥଳଭାଗ ରେ ଗଣନା କାର୍ଯ୍ୟ କରାଯାଇଥିଲା।ଗଣନା ସମୟରେ ଅସ୍ତରଙ୍ଗ ବନଖଣ୍ଡ ମଧ୍ୟକୁ ସମସ୍ତ ଙ୍କୁ ବାରଣ କରାଯାଇଛି।ଏପରିକି ପକ୍ଷୀ ଥିବା ଅଞ୍ଚଳରେ ମସ୍ଚ୍ୟଜୀବି ଙ୍କୁ ମାଛଧରା ଉପରେ କଟକଣା କରାଯାଇଥିଲା।ଏହି ଗଣନା କାର୍ଯ୍ୟରେ ୩ ଟି ଡ଼ଙ୍ଗା ସହ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର,ବନପାଳ କାଳୀ ଚରଣ ମହାନ୍ତି, ମାନସ ରଞ୍ଜନ ବେହେରା, ବନରକ୍ଷି ଦିଲ୍ଲୀପ ନାୟକ, ମିଲନ ମୁଦୁଲି, ସୁବାଶିଷ ଜେନା, ନିର୍ମଳେନ୍ଦୁ ଚାଟାର୍ଯ୍ୟ,ବନଲତା ସାହୁ, ସୋନାଲି ପ୍ରଧାନ ପ୍ରମୁଖ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ।ଅସ୍ତରଙ୍ଗ କୁ ଆସୁଥିବା ରଙ୍ଗବେରଙ୍ଗ ବିଦେଶାଗତ ପକ୍ଷୀ। ପକ୍ଷୀ ଙ୍କ କୋଳାହଳ ରେ ମୁଖରିତ ହେଉଛି ଉପକୂଳବର୍ତ୍ତୀ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଅସ୍ତରଙ୍ଗ। ଦେଶୀ, ବିଦେଶୀ ପକ୍ଷୀଙ୍କ କିଚିରି ମିଚିରି କୋଳାହଳ ରେ ମୁଖରିତ ହେଉଛି।


