ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ନବମ ବାର୍ଷିକ ଉତ୍ସବ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପ୍ରତ୍ୟେକ ମଣିଷ ଈଶ୍ୱରଙ୍କ ସୃଷ୍ଟି। ସମସ୍ତଙ୍କ ମଧ୍ୟରେ ଭଗବାନ ପ୍ରଦତ୍ତ କିଛି ନା କିଛି ଗୁଣ ରହିଛି।ହଜାରେ ଖରାପ ଗୁଣ ମଧ୍ୟରେ ଭଲ ଗୁଣକୁ ବାହାର କରି ସମସ୍ତଙ୍କ ନିକଟରେ କୁହ। ଏହା କରି ପାରିଲେ ମଣିଷ ଭିତରେ ଯେଉଁ ଚରିତ୍ର ଏବଂ ବ୍ୟକ୍ତିତ୍ୱ ସୃଷ୍ଟି ହେବ, ଯେଉଁ ବ୍ୟକ୍ତିତ୍ବ ଇଷ୍ଟପ୍ରାଣ ହୋଇ ଇଷ୍ଟକର୍ମରେ ନିଜକୁ ନିୟୋଜିତ କରି ପାରିବେ। ତେଣୁ ପରନିନ୍ଦା ଓ ପରଚର୍ଚ୍ଚା ଛାଡି ଭଲ କର୍ମ କରିବାକୁ ଠାକୁର ଅନୁକୂଳଚନ୍ଦ୍ର ବାର୍ତ୍ତା ଦେଇଛନ୍ତି। ଆମେ ଅଲୌକିକତାର ମାୟାଜାଲ ମଧ୍ୟରେ ଭକ୍ତି ସାଧନା କରୁଛେ। କିନ୍ତୁ ଯଥାର୍ଥ ଭକ୍ତି ସାଧନ କରିବାକୁ ହେଲେ ଆମକୁ କାରଣ ମୁଖୀ ଏବଂ ବିଜ୍ଞାନ ସଂମ୍ମତ ମାନସିକତା ନେଇ ଚାଲିବାକୁ ପଡିବ। ତାହା ହେଲେ ଆମେ ଠାକୁରଙ୍କୁ ବୁଝି ପାରିବା ସହ ଠାକୁରଙ୍କ ରାସ୍ତାରେ ଚାଲି ପାରିବା। ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୯ମ ବାର୍ଷିକ ଶ୍ରୀବିଗ୍ରହ ପ୍ରତିଷ୍ଠା ସ୍ମୃତି ମହୋତ୍ସବ ପୁରୀ ଜିଲ୍ଲା କାକଟପୁର ତହସିଲନିକଟରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ଏପରି କହିଛନ୍ତି ଅତିଥି। ରବିବାର କାକଟପୁର ତହସିଲଦାର ପଡିଆ ରେ ଅନୁଷ୍ଠିତ ଏହି ମହୋତ୍ସବ ରେ ଅତିଥି ସଦଗୁରୁଙ୍କ ମାର୍ଗ ଦର୍ଶନରେ କର୍ମ କରିବାକୁ ପଡିବ। ଏପରି କଲେ ସେ ନିଜ ଭିତରେ ଜାଗ୍ରତ ହେବେ। ଜୀବନ ରେ ସମର୍ପଣ ହେଉଛି ମୂଳମନ୍ତ୍ର। ଏହାକୁ ପାଥେୟ କରି ମଣିଷ ଆଗକୁ ବଢ଼ି ପାରିବ।କାର୍ଯ୍ୟକ୍ରମ ଅବସରରେ ବେଦମାଙ୍ଗଳିକ, ଉଷା କୀର୍ତ୍ତନ, ଉଷା ବିନତି, ସଂଗୀତାଞ୍ଜଳୀ, ମାତୃ ସମ୍ମିଳନୀ, ପ୍ରଣାମ ନିବେଦନ ସହ ଭକ୍ତି ସଙ୍ଗୀତାଞ୍ଜଳୀ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳ ସମେତ ଦୂରଦୁରାନ୍ତ ରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା।


