ମୁନିଗୁଡା ବ୍ଲକ ତେଲେଙ୍ଗାପଦର ଛକରେ ମାଓ ବ୍ୟାନର

ରାୟଗଡା,(ନନ୍ଦ କିଶୋର ପଟ୍ଟନାୟକ) : ରାୟଗଡା ମୁନିଗୁଡା ବ୍ଲକ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଏହି ବ୍ୟାନର ମୁନିଗୁଡା ଥାନା ଅନ୍ତର୍ଗତ ତେଲେଙ୍ଗାପଦର ଠାରୁ ଚନ୍ଦ୍ରପୁର ରାସ୍ତାରେ ଲାଗିଥିବା ବେଳେ ଉକ୍ତ ବ୍ୟାନରରେ ଖଣି ଖାଦାନକୁ ବିରୋଧ କରି ଲେଖା ଯାଇଥିବା ଜଣାପଡିଛି, ଏହି ବ୍ୟାନରରେ ରାୟଗଡା ଅଞ୍ଚଳ ବଂଶଧାରା ଘୁମୁସର ନIଗIବଳୀ (ବା ଘୁ ନା ) ଅଧୀନରେ ଆସୁଥିବା ବେଳେ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟି ଉଲ୍ଲେଖ ଥିବା ଦେଖାଯାଇଛି,କିଛି ଦିନର ନୀରବତା ପରେ ଏହି ବ୍ୟାନର ଲାଗିବା ପରେ ଅଞ୍ଚଳରେ ଏବେ ମାଓବାଦୀଙ୍କ ଉପସ୍ଥିତି ଥିବା ଅନୁମାନ କରାଯାଉଥିବା ବେଳେ ବ୍ୟାନରକୁ ନେଇ ପୁଲିସ ଚିନ୍ତାରେ ପଡିଛି I ଅନ୍ୟପଟେ ମୁନିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବ୍ୟାନରକୁ ଜବତ କରିଥିବା ଜଣାପଡିଛି I ଏଥିସହ ଏହି ବ୍ୟାନର ମାଓ ସମର୍ଥକ ଲଗାଇଥିବା ପୋଲିସ ଅନୁମାନ କରୁଥିବା ବେଳେ ଘଟଣାରେ ତଦନ୍ତ ଜାରି ରଖିଥିବା ଜଣାପଡିଛି,
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ