ମଥୁରା ଗ୍ରାମରେ ଦକ୍ଷିଣ କାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ମଥୁରା ଗ୍ରାମରେ ମା’ ଦକ୍ଷିଣ କାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଜାନୁଆରୀ ୧୭ ଠାରୁ ଆରମ୍ଭ ହୋଇଯାଇଛି। ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ୪୦ ପ୍ରହାର ଅଖଣ୍ଡ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ, ଗୋଯଜ୍ଞ ଓ ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ୧୭/୦୧/୨୬ ତାରିଖ ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମ, ୧୮ ତାରିଖ ଦିନ ବନଯୋଗ, ଶାଲା ପ୍ରତିଷ୍ଠା ଓ ଦୀକ୍ଷା ଗ୍ରହଣ କାର୍ଯ୍ୟକ୍ରମ, ୧୯ ତାରିଖରେ ସୂର୍ଯ୍ୟ ପୂଜା ଓ ରତ୍ନମୁଦ କାର୍ଯ୍ୟକ୍ରମ ସମାପନ ଏବଂ ୨୦ ତାରିଖରେ ସୂର୍ଯ୍ୟ ପୂଜା ଓ ହୋମ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ୨୧ ଓ ୨୨ ତାରିଖରେ ସୂର୍ଯ୍ୟ ପୂଜା, ହୋମ, ପାର୍ଶ୍ଵ ଦେବତା ଓ ଦ୍ୱାରପାଳ ମୂର୍ତ୍ତିଙ୍କ ମହାସ୍ନାନ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୩ ତାରିଖ ଦିନ ସୂର୍ଯ୍ୟ ପୂଜା, ହୋମ, ମା’ ଦକ୍ଷିଣ କାଳୀଙ୍କ ଗ୍ରାମ ପରିକ୍ରମା ଓ ସନ୍ଧ୍ୟା ୭ ଘଣ୍ଟା ସମୟରେ ମା’ ଙ୍କ ସିଂହାସନ ଆରୋହଣ ସହ ଘୃତଯଜ୍ଞ ର ପୂର୍ଣ୍ଣାହୁତି ସମ୍ପନ୍ନ ହେବ। ୨୪ ତାରିଖ ସକାଳ ୭ ଘଣ୍ଟା ସମୟରେ ୪୦ ପ୍ରହାର ନାମଯଜ୍ଞ ସମାପ୍ତ ହେବ। ମଥୁରା ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ଆଗେଇ ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ