ହାଟଡ଼ିହିର ବିଭିନ୍ନ ସ୍ଥାନରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଲିତ

ହାଟଡ଼ିହି(ଓ୍ବାଇଏନଏସ) ହାଟଡ଼ିହିର ବିଭିନ୍ନ ସ୍ଥାନରେ ୭୭ ତମ  ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି। ହାଟଡ଼ିହି ବ୍ଲକ ଠାରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟଅତିଥି ଭାବେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ହାଟଡ଼ିହି ବ୍ଲକକୁ ଏକ ଅଗ୍ରଣୀ ବ୍ଲକ ଭାବରେ ପରିଗଣିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିରେ ବ୍ଲକ  ଉପାଧ୍ୟକ୍ଷ ରତିକାନ୍ତ ରାଉତ,  ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ପରିଷଦ କୌଶଲ୍ୟା ସେଠୀ,ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ସାଂସଦ ପ୍ରତିନିଧି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ତାହାର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ହାଟଡିହି ହାଇସ୍କୁଲ, ଜଳକଳଙ୍ଗ ୟୁପି ସ୍କୁଲ,  ଓ ଶିଶୁମନ୍ଦିର ର ଛାତ୍ରଛାତ୍ରୀ ମାନେ ପ୍ୟାରେଡ ପ୍ରଦର୍ଶନ ସହିତ ଜାତୀୟ ସଙ୍ଗୀତ ଗାନ କରିଥିଲେ। ସେହିପରି ବିଜେଡି କାର୍ଯ୍ୟାଳୟରେ ବିଧାୟକ ଅଭିମନ୍ୟୁ ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ, ଦୀପ୍ତି ରଞ୍ଜନ ଦାସ, ବିଜେଡି ନେତା ଗୋପାଳ ନାୟକ, ମାର୍କଣ୍ଡ ଚରଣ ଓଝା, ବୈଦ୍ୟନାଥ ସାମଲ, ସୁରେନ୍ଦ୍ର ଜେନା, ବିଶ୍ୱନାଥ ନାୟକ ଙ୍କ ସମେତ ବହୁ କର୍ମୀ ଯୋଗଦେଇଥିଲେ। ସେହିପରି ଶାସଙ୍ଗରେ ସରପଞ୍ଚ ମଧୁମିତା ସ୍ୱାଇଁ, ପଞ୍ଚାୟତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ନେତା ଆଲୋକ ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ