ପୋଲିସ ଏସ.ଆଇ କେଳେଙ୍କାରୀ ମାମଲା; ରିକ୍ରୁଟମେଣ୍ଟ ବୋର୍ଡ କାର୍ଯ୍ୟକ୍ଷମ ନେଇ ୨ ସପ୍ତାହରେ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (ଓ୍ବାଇଏନଏସ): ହାଇକୋର୍ଟରେ ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା । ରିକ୍ରୁଟମେଣ୍ଟ ବୋର୍ଡ କେବେ କାର୍ଯ୍ୟକ୍ଷମ ହେବ ପ୍ରଶ୍ନ କଲେ ହାଇକୋର୍ଟ । ୨ ସପ୍ତାହ ମଧ୍ୟରେ ସତ୍ୟପାଠ ଜରିଆରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଜି ଏହି ସମ୍ପର୍କିତ ମାମଲାର ଶୁଣାଣି ସମୟରେ ହାଇକୋର୍ଟରେ ସରକାରୀ ଆଇନଜୀବୀ ଦର୍ଶାଇଥିଲେ ଯେ, ରାଜ୍ୟ ସରକାର ୫ ଡିସେମ୍ବର ୨୦୨୫ରେ ଏକ ରୂଲ ଗଠନ କରିଥିଲେ । ଯାହାର ନା ଥିଲା ଓଡିଶା ୟୁନିଫର୍ମ ସର୍ଭିସେସ ଷ୍ଟାଫ ସିଲେକ୍ସନ କମିଶନ ୨୦୨୫ । ଏଥିରେ ଜଣେ ଚେୟାରମ୍ୟାନ ରହିବେ ଆଉ ଦୁଇ ସଦସ୍ୟ ରହିବେ । ଏହି କମିଶନ ସବ ଇନିସପେକ୍ଟର ,କନେଷ୍ଟବଳ ମାନଙ୍କୁ ନିଯୁକ୍ତି କରିବେ । ବିଶେଷକରି ଗ୍ରୁପ ବି ଓ ଗ୍ରୁପ ସି ପଦବୀ ନିଯୁକ୍ତି ପାଇଁ ଏହି କମିଶନ ଗଠନ ହୋଇଛି । ସରକାରୀ ଶିକ୍ଷାନୁଷ୍ଠାନରେ ଏହାର ପରୀକ୍ଷା କରାଯିବ । ଯାହାଦ୍ୱାରା ପରୀକ୍ଷାରେ କୌଣସି ଜାଲିଆତି ହୋଇପାରିବନି ବୋଲି କୋର୍ଟଙ୍କୁ ଅଗବତ କରିଥିଲେ । ଅନ୍ୟପଟେ ଏହି ରୂଲ ଗଠନ ହେବାର ମାସେରୁ ଉର୍ଦ୍ଧ୍ବ ସମୟ ଦିନ ବିତିଥିଲେ ସୁଦ୍ଧା ରାଜ୍ୟ ସରକାର ଏନେଇ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ହାଇକୋର୍ଟଙ୍କ ଦୃଷ୍ଟିକୁ ଆଣିଥିଲେ ଆଇନଜୀବୀ । କୋର୍ଟ ଏହି ମମଲାର ଶୁଣାଣି କରି ଦୁଇ ସପ୍ତାହ ମଧ୍ୟରେ ଏହାର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଵେ ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ଶୁଣାଣି ପାଇଁ ହାଇକୋର୍ଟ ଦିନ ଧର୍ଯ୍ୟ କରିଛନ୍ତି । ବହୁ ଚର୍ଚ୍ଚିତ ପୋଲିସ ସବ୍‌-‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତିର ତଦନ୍ତଭାର ସିବିଆଇ କୁ ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ସବଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା । ଏସଆଇ ସମ୍ବନ୍ଧିତ ଦୁର୍ନୀତିର ଚେର ବିଭିନ୍ନ ରାଜ୍ୟକୁ ବ୍ୟାପିଛି । ମାମଲାରେ ଆନ୍ତ-ରାଜ୍ୟ ଅପରାଧୀ ସଂଗଠନଙ୍କ ସଂପୃକ୍ତି ଥିବାର କ୍ରାଇମବ୍ରାଞ୍ଚ ତଦନ୍ତରୁ ସନ୍ଦେହ କରାଯାଉଛି । ତେଣୁ ଏହାର ତଦନ୍ତ ଆହୁରୀ ଉଚ୍ଚସ୍ତରୀୟ ହେବାର ଅନୁଭବ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବହୁ ଚର୍ଚ୍ଚିତ ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସିବିଆଇକୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଓଡିଶା ପୋଲିସ ସବଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ଭାର ଓଡିଶା ସରକାରଙ୍କ କ୍ରାଇମବ୍ରାଞ୍ଚର ସିଆଇଡିକୁ ଦିଆଯାଇଛି । ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇପାରେ ବୋଲି ସନ୍ଦେହ ଉପୁଜିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅନୁସନ୍ଧାନରୁ ଏହା ସନ୍ଦେହ କରାଯାଉଛି । ଏହା ସହିତ ଏହି ଦୁର୍ନୀତିରେ ଆନ୍ତରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ଏ ସବୁକୁ ଦୃଷ୍ଟିରେ ରଖି ଏହି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ କରିବା ଓ ଏଥିରେ ସଂପୃକ୍ତ ସମସ୍ତ ଅପରାଧୀ ମାନଙ୍କୁ ଆଇନ ପରିସରକୁ ଆଣି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ଆବଶ୍ୟକତା ରହିଛି । ଏହା ଅନୁଭବ କରି ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇକୁ ହସ୍ତାନ୍ତର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ରହିଛି । ପୋଲିସ ଏସ.ଆଇ ପରୀକ୍ଷା ଅନିୟମିତତା ଘଟଣାର ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ । ରାଜ୍ୟରେ ପୋଲିସ ବିଭାଗର ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ଆଶାୟୀ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପୂର୍ବରୁ ସ୍ବତନ୍ତ୍ର ତାଲିମ୍ ପାଇଁ ଓଡ଼ିଶାରୁ ହାଇଦ୍ରାବାଦ ନିଆଯାଉଥିବା ବେଳେ ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ବ୍ରହ୍ମପୁର ପୋଲିସ କାବୁ କରିଥିଲା । ଏହା ପରେ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ମାମଲାରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଳନ୍ଥରା ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଡିଏସପି ରତ୍ନପ୍ରଭା ଶତପଥୀ ତଦନ୍ତ ଦାୟିତ୍ୱରେ ଥିଲେ । ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ଆୟୋଜିତ ହେବାକୁ ରହିଥିବା ପୋଲିସ୍ ଏସ୍.ଆଇ ନିଯୁକ୍ତି ପରୀକ୍ଷା ପୂର୍ବରୁ ଦୁର୍ନୀତିର ଖୁଲାସା ହୋଇଥିଲା । ଏକ ସୁଚିନ୍ତିତ ଯୋଜନାରେ ପରୀକ୍ଷାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଆନ୍ଧ୍ରପ୍ରଦେଶ ଯାଉଥିବା ସମୟରେ ପୋଲିସ ଦ୍ବାରା ଅଟକ ରହିଥିବା ୧୧୪ ପରୀକ୍ଷାର୍ଥୀଙ୍କ ସମେତ ତିନି ଦଲାଲଙ୍କୁ ମିଶାଇ ମୋଟ ୧୧୭ ଜଣଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରିବା ପରେ କୋର୍ଟଚାଲାଣ କରିଥିଲା । ଏ ସମସ୍ତ ପରୀକ୍ଷାର୍ଥୀ ତିନିଟି ବସ୍ ଯୋଗେ ରାଜଧାନୀ ଭୁବନେଶ୍ବରରୁ ଯାଉଥିବା ସମୟରେ ଗତ ମାସ ୨୯ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଅଞ୍ଚଳରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ