୩୧ରୁ ଶାସଙ୍ଗରେ ବିଶ୍ୱଶାନ୍ତି ମହାଯଜ୍ଞ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୩୧ରୁ ଆରମ୍ଭ ହୋଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ବସି କାର୍ଯ୍ୟକ୍ରମର ଚୁଡାନ୍ତ ରୁପରେଖ ଦିଆଯାଇଛି । କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ତପୋଧନ ସ୍ୱାଇଁ, କାହ୍ନୁ ଚରଣ ପାଢ଼ୀ,, ମୋହନ ଚରଣ ପାଢ଼ୀ, ବିମ୍ବାଧର ବିଶ୍ଵାଳ, ବନ ବିହାରୀ ବେହେରା, ପ୍ରଣବଲ୍ଲବ ବିଶ୍ଵାଳ, ରମାକାନ୍ତ ବିଶ୍ଵାଳ, ଅନାଦି ଚରଣ ବିଶ୍ଵାଳ, ଜଗବନ୍ଧୁ ରାଉତ, ଶାନ୍ତନୁ ରାଉତ, ଚକ୍ରଧର ସାହୁ, ଶିଶିର ବିଶ୍ବାଳ, ସୁଧାଂଶୁ ବିଶ୍ବାଳ, ବସନ୍ତ ବେହେରା, ଦୁର୍ଗା ପ୍ରସାଦ ସ୍ୱାଇଁ, ନରହରି କୁଅଁର, ପ୍ରଦୀପ ସ୍ୱାଇଁ, ବଳରାମ ବିଶ୍ଵାଳ, ସୁବୋଧ ଆୟତ, ପର୍ଶୁରାମ ନାୟକ, ଶିଶିର ବିଶ୍ଵାଳ ପ୍ରମୁଖ ଯୋଗଦେଇ ଚଳିତ ବର୍ଷ ଏହି ଯଜ୍ଞ ଉତ୍ସବକୁ ସରସ ସୁନ୍ଦର କରିବା ଦିଗରେ ଆଲୋଚନା କରିଥିଲେ। ଶନିବାର ଦିନ ବାଲିଆ ପୋଖରୀ ରୁ ଘଟୋତ୍ତଳନ କରାଯାଇ କଲଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ହୋମଯଜ୍ଞ କରାଯିବ। ରବିବାର ଗୀତାପାଠ, ସହ ଦିନ ତମାମ ହୋମଯଜ୍ଞ କରାଯିବା ପରେ ସୋମବାର ଦିନ ପୂର୍ଣ୍ଣାହୁତି ପ୍ରଦାନ କରାଯିବ। ତିନିଦିନ ବ୍ୟାପି ଅନ୍ନ ପ୍ରସାଦ ବଣ୍ଟନ ସହିତ ନାମ ସଂକୀର୍ତ୍ତନ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ନିଷ୍ପତି ନିଆ ଯାଇଛି।


