ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କଲେ ହାଇକୋର୍ଟ

କଟକ, (ଓ୍ବାଇଏନଏସ): କୋର୍ଟଙ୍କ ନିର୍ଦ୍ଦେଶ ପାଳନ ନକରି ଅକଳରେ ପଡ଼ିବାକୁ ଯାଉଛନ୍ତି ପୁରୀ ଜିଲ୍ଲାପାଳ । ଶୁକ୍ରବାର ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି । ତାଙ୍କୁ ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବ ନାହିଁ ସେନେଇ ଜବାବ ତଲବ କରିଛନ୍ତି କୋର୍ଟ ।ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇନଥିବା ନେଇ ଯେଉଁ ଅଭିଯୋଗ ହୋଇଛି, ତା ଉପରେ ୩ ସପ୍ତାହ ମଧ୍ୟରେ ଜବାବ ଦଖଲ ପାଇଁ ନିର୍ଦ୍ଦେଶ ହୋଇଛି । ୧୯୮୭ ମସିହାରେ ଅଭୟାରଣ୍ୟ ପାଇଁ ଜାରି ହୋଇଥିଲା ବିଜ୍ଞପ୍ତି । ଏହାର ଦୀର୍ଘ ବର୍ଷ ପରେ ଵି ଜମି ଅଧିଗ୍ରହଣ ହୋଇନାହିଁ, ଏପରିକି ଜମି ମାଲିକ ମାନଙ୍କୁ କ୍ଷତିପୂରଣ ମଧ୍ୟ ମିଳିନାହିଁ ।ତେବେ ପ୍ରସ୍ତାବିତ ଅଭୟାରଣ୍ୟ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନେବାପାଇଁ ୨୦୨୪ ମସିହାରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଡିସେମ୍ବର ସୁଦ୍ଧା ଚୂଡାନ୍ତ ନିଷ୍ପତ୍ତି ନେବାକୁ କୋର୍ଟ ମହଲତ ଦେଇଥିଲେ, କିନ୍ତୁ ତାହା କାର୍ଯ୍ୟକାରୀ ହେଲାନାହିଁ । ଯାହାକୁ ଚ୍ୟାଲେଞ୍ଜ କରି କ୍ଷତିଗ୍ରସ୍ତ ଜମି ମାଲିକମାନେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ