ପାଣି ପାଇଁ ନିଆଁ ଜାଳି ରାସ୍ତାରୋକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗାଁ ରେ ଦୀର୍ଘଦିନ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ଲୋକଙ୍କୁ ପାଇପ ଯୋଗେ ପାନୀୟଜଳ ମିଳୁନଥିବା ପ୍ରତିବାଦରେ ଶୁକ୍ରବାର ସକାଳୁ ଉତ୍ତେଜିତ ଗ୍ରାମବାସୀ ମୁଖ୍ୟରାସ୍ତା ରେ ନିଆଁ ଜାଳି ରାସ୍ତାରୋକ କରିଥିଲେ।ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ି ମୋଟର ଅଟକି ରହିଥିଲା।ଖବର ପାଇ ପାଟପୁର ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ