ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ପାରଳା ବିଧାୟକଙ୍କୁ ଲିଖିତ ନିବେଦନ କଲେ କୁଜାସିଂ ଗ୍ରାମବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାଶିଂ ଗ୍ରାମ ଠାରୁ କୁଣ୍ଡେଇସିଂ ଗ୍ରାମକୁ ରାସ୍ତା ନିର୍ମାଣ କରିବା ନିମନ୍ତେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ଲିଖିତ ଭାବେ ନିବେଦନ ପତ୍ର ପ୍ରଦାନ କଲେ କୁଜାସିଂ ଗ୍ରାମବାସୀ. ଏନେଇ ପାରଳା ବିଧାୟକ ପ୍ରତିଶ୍ରୁତି ରଖି ଏହି ରାସ୍ତା କାର୍ଯ୍ୟ ପୂର୍ତ୍ତି ବିଭାଗ ଅଧିକାରୀଙ୍କୁ ଅବଗତ କରାଯାଇ ରାସ୍ତା କାମ ଆରମ୍ଭ କରାଯାଇଥିଲା, ବର୍ତ୍ତମାନ ଦୃତଗତିରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି.ଏହାପୂର୍ବରୁ ଗ୍ରାମବାସୀ ବହୁବାର ପ୍ରଶାସନ ଓ ପୂର୍ତ୍ତି ବିଭାଗ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନଥିଲା. ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଥିବାରୁ ବିଧାୟକଙ୍କୁ ଧନ୍ୟବାଦ୍ ଜଣାଇଲେ ଗ୍ରାମବାସୀ ସେହିପରି କୁଣ୍ଡେଇସିଂ ଠାରୁ ଭୁଁୟା ସାହିର ଜୟନ୍ତ ପ୍ରାଥମିକ ବିଦ୍ୟାଳୟ ପର୍ଯନ୍ତ 5 କିଲୋମିଟର ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଥିବାବେଳେ ଛାତ୍ରଛାତ୍ରୀ ରୋଗୀ ଓ ଗ୍ରାମବାସୀମାନେ ଯିବାଆସିବାରେ ଅସୁବିଧାର ସମୁଖୀନ ହେଉଥିବାରୁ ଏଇ ରାସ୍ତା ମଧ୍ୟ ନିର୍ମାଣ କରିବା ପାଇଁ ଆଜି ଶତାଧିକ ଗ୍ରାମବାସୀ ପାରଳା ବିଧାୟକଙ୍କୁ ସାକ୍ଷାତ କରି ରାସ୍ତା ନିର୍ମାଣ ପାଇଁ ନିବେଦନ ପତ୍ର ପ୍ରଦାନ କରିଛନ୍ତି।


