ମଟରାଗଡିଆରେ ଝାଡାବାନ୍ତି :୧୨ରୁ ଉର୍ଦ୍ଧ ଆକ୍ରାନ୍ତ
ହାଟଡିହି(ଓ୍ବାଇଏନଏସ): ହାଟଡିହି ବ୍ଲକ ମଟରାଗଡିଆ ଗ୍ରାମରେ ଝାଡାଵନ୍ତି ବ୍ୟାପୁଥିବା ଜଣା ଯାଇଛି। ସୂଚନା ଅନୁଯାଇ ଗ୍ରାମରେ ଗତ ତିନିଦିନ ଭିତରେ ଚାରୋଟି ପରିବାରରେ ଝାଡାବାନ୍ତି ଲାଗି ରହିଥିବା ବେଳେ ଅନେକ ପରିବାର ଲୋକ ମେଲେରିଆ ରେ ଆକ୍ରାନ୍ତ ହୋଇଛନ୍ତି। ଗ୍ରାମର କୈଳାଶ ନାୟକ, ଚୈତନ ନାୟକ, ଗୌରାଙ୍ଗ ସେଠୀ, ନାରାୟଣ ନାୟକ, ଆଲୋକ ନାୟକଙ୍କ ପରିବାରରୁ ମନୋଜ ନାୟକ, ପ୍ରିୟାଂଶୁ ରାଜ ନାୟକ, ଚିକୁ ନାୟକ, ରୁଦ୍ରୀ ନାୟକ, ବିକ୍ରମ ନାୟକ, ବେବିନା ନାୟକ, ଇଛାରଣୀ ସେଠୀ, ସୁଶାନ୍ତ ସେଠୀ, ବାୟାଣୀ ସେଠୀ, ନାରାୟଣ ସେଠୀ, ରିୟାଂଶି ନାୟକ, ନିବେଦିତା ପାତ୍ରଙ୍କ ସମେତ ୧୨ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ହୋଇ ପଡିଛନ୍ତି। ସେମାନଙ୍କୁ ଅଢାଳାପଙ୍କ ଓ ଆଗରପଡା ଡାକ୍ତରଖାନାରରେ ଭର୍ତ୍ତି କରାଯାଇଛି। ଗାଁର ପୋଖରୀଟି ଦୂଷିତ ହୋଇ ଥିବାରୁ ଏପରି ଘଟୁଥିବା ଅନୁମାନ କରାଯାଉଛି। ତେଣୁ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏକ ଡାକ୍ତରୀ ଦଳ ପଠାଇବା ସହିତ ପୋଖରୀ ଜଳ କୁ ବିଶୋଧିତ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।


