“ଘୁମୁସର ର ସ୍ବର” ପକ୍ଷରୁ ୧୫୮ତମ ପୂର୍ଣ୍ଣିମା ସାହିତ୍ୟ ଆସର
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଧରାକୋଟ ରାଜ୍ୟର ସିଙ୍ଗିପୁର ଗ୍ରାମରେ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର”, ବାଲିପଦର ପକ୍ଷରୁ ୧୫୮ ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ଅବସରପ୍ରାପ୍ତ ପ୍ରିନ୍ସପାଲ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ୍ କୁମାର ସେଠୀ, ମୁଖ୍ୟ ବକ୍ତା ଭାବେ ଡକ୍ଟର ବ୍ରଜ କିଶୋର ପାଢ଼ୀ, ସମ୍ମାନିତ ଅତିଥିଭାବେ କବି ସୁଶାନ୍ତ କୁମାର କର ଓ ଚିନ୍ତାମଣି ପ୍ରଧାନ ଯୋଗଦେଇଥିଲେ। ଚିନ୍ମୟ କୁମାର ମିଶ୍ର ଓ କଥା ରତ୍ନ ଜ୍ଞାନ ରଞ୍ଜନ ଜେନା ସଂଯୋଜନା କରିଥିଲେ। ସମ୍ବର୍ଦ୍ଧିତ ବ୍ଯକ୍ତିତ୍ବ ଭାବେ ଚିନଂ ମହେନ୍ଦ୍ର କୁମାର ପାତ୍ର ଯୋଗଦେଇ ଧରାକୋଟ ରାଜ୍ଯର କଳା, ସାହିତ୍ୟ, ସଂସ୍କୃତି ବିଷୟରେ ବକ୍ତବ୍ୟ ରଖିବା ସହ କୃଷ୍ଣ ସିଂହଙ୍କ ରଚିତ ମହାଭାରତ ଭଳି ସାହିତ୍ୟ ଆଉ ଉତ୍ତର ପିଢ଼ି ବୁଝି ପାରିବେକି ନାହିଁ ସନ୍ଦେହ ବୋଲି ପ୍ରକାଶ କରିଥିଲେ । ଏଣୁ ପ୍ରାଚୀନ ସାହିତ୍ୟ ଗୁଡିକୁ ଅଧ୍ୟୟନ କରିବା ପାଇଁ ଆଧୁନିକ ଯୁବ ପିଢ଼ିଙ୍କୁ ସଚେତନ କରାଇବା ଆମମାନଙ୍କ ଦାୟିତ୍ୱ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପ୍ରୀତିମୟୀ ଖଟେଇ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳ ବେଲଗୁଣ୍ଠାର ମଣିଷ ବାଘ ଚିନି ମହେନ୍ଦ୍ର କୁମାର ପାତ୍ରଙ୍କୁ “ଘୁମୁସର ର ସ୍ଵର” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କୈଳାଶ ଚନ୍ଦ୍ର ପ୍ରଧାନ, ସୁକାନ୍ତ କୁମାର ପାଳ ପ୍ରମୁଖ ଯୋଗ ଦେଇ ଥିଲେ। ଶେଷରେ “ଘୁମୁସର ର ସ୍ୱର” ପକ୍ଷରୁ ଖଲି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।


