ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ସଡ଼ଙ୍ଗା ୟୁ.ପି ସ୍କୁଲ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆମ ଓଡିଶା ଏବଂ ବୀଣାପାଣି ୟୁଥ କ୍ଲବ ସଡ଼ଙ୍ଗା ଧର୍ମପୁର ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଶିବିରକୁ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦିପ୍ତି ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ରକ୍ତଦାନ ମହତ ଦାନ ର ମାହାତ୍ମ୍ୟ ସମ୍ପର୍କରେ ବୁଝାଇବା ସହ ପ୍ରତି ଗ୍ରାମରେ ଏପରି ଶିବିର କରାଯିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଶିବିରରୁ ୩୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଆମ ଓଡ଼ିଶାର ସଂଯୋଜକ ତଥା କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବରରେ ଯୁବ ସମାଜସେବୀ ବିଶ୍ଵନାଥ ପ୍ରତାପ ଜେନା, ସାମ୍ବାଦିକ ପାର୍ଥ ସୌରଭ ସା ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିବା ବେଳେ ଶରତ ପାତ୍ର, ସନାତନ ଜେନା, ଶଙ୍କର୍ଷଣ ଜେନା, ଶଙ୍କର୍ଷଣ ରାଉତ, ପ୍ରଶାନ୍ତ ପାତ୍ର, ହରେକୃଷ୍ଣ ଜେନା, ଦିପୁ ରାଉତ, ଜିତନ କୁମାର ନାୟକ, କାଳନ୍ଦୀ ଜେନା, ମୁକ୍ତିକାନ୍ତ ପାତ୍ର, କମଳାକାନ୍ତ ପାତ୍ର, ମନୋରଞ୍ଜନ ଜେନା, ଭଗବାନ ଜେନା, ନାରାୟଣ ନାୟକ, ରବୀନ୍ଦ୍ର ପାତ୍ର, ରସାନନ୍ଦ ସେଠୀ, ହଳଧର ରାଉତ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ଦିପକ ବାରିକ, ଏଲ.ଟି ରାମନାଥ ମହାନ୍ତି, ମାଳତୀ ମହାପାତ୍ର, ଅଶୋକ କୁମାର ସୁର, ମଙ୍ଗୁଳି ଚରଣ ସାହୁ, ପୂର୍ଣ୍ଣଚନ୍ଦ୍ର ମାଝୀ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।