ବାପଘର ଗାଁରେ ମହିଳାଙ୍କ ଆତ୍ମହତ୍ୟା
ନାଉଗାଁ,(ଓ୍ବାଇଏନଏସ): ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ଗ୍ରାମର ଝିଅ ବବିଲତା ଗମାଙ୍ଗ ବୁଧବାର ନିଜ ବାପ ଘରକୁ ବୁଲିବାକୁ ଆସିଥିଲେ। ବିଳମ୍ବିତ ରାତିରେ ବାପ ଘର ପଛପଟେ ଥିବା ଏକ ସାହାଡା ଗଛରେ ନିଜ ପିନ୍ଧା ଲୁଗାରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଏସଂକ୍ରାନ୍ତରେ ବବିଲତାଙ୍କ ପୁଅ ବିଶ୍ୱଜିତ ଗମାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ମା’ ଦୀର୍ଘ ଦିନ ହେବ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ଅଭିଯୋଗରେ ଦର୍ଶାଯାଇଛି। ବବିଲତା ଏହି ଥାନା ଅନ୍ତର୍ଗତ ଦହିପାଳ ଗ୍ରାମରେ ଦୀର୍ଘ ଦିନ ହେବ ରହୁଥିବା ଗଣପତି ଗମାଙ୍ଗକୁ ପ୍ରେମ ବିବାହ କରିଥିଲେ। ତାଙ୍କର ଦୁଇ ପୁତ୍ର ରହିଛନ୍ତି। ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ୨/୨୬ରେ ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିିଲ୍ଲା ଚିକିତ୍ସାଳୟକୁ ପଠାଯାଇଥିବା ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ପ୍ରକାଶ କରିଛନ୍ତି।


