ସରକାର ତୁରନ୍ତ ଚାଷୀଙ୍କ ଧାନ କିଣା ବ୍ୟବସ୍ଥା କରନ୍ତୁ :ପୂର୍ବତନ ବାଚସ୍ପତି
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ):ଚିକିଟି ବ୍ଲକ ରେ ଧାନ ଅମଳ ପରେ ସରକାରୀ ଅବ୍ୟବସ୍ଥା ଯୋଗୁଁ ଚାଷୀ ଧାନ ବିକ୍ରି କରିବା ରେ ସକ୍ଷମ ହୋଇପାରୁନି। ଏଯାବତ କେତେକ ଚାଷୀ ଟୋକେନ ପାଇଁ ପାରି ନାହାନ୍ତି ଓ ମିଲର ଙ୍କ ମନ ମାନି ଯୋଗୁଁ ଧାନ ନିଜ ଘର ପାଖରେ ପଡି ରହିଛି। ବିବାହ,ବ୍ରତୋପନୟନ ଭଳି ମାଙ୍ଗଳିକ ଓ ଋଣ ପରିଶୋଧ କରିବା ସମୟ ଆସିଯାଇଥିବା ବେଳେ ଚାଷୀ ନିଜ କୁ ଅସହଜ ମନେ କରୁଛନ୍ତି.ଅତି ଶୀଘ୍ର ଚାଷୀ ଙ୍କ ଠାରୁ ଧାନ କ୍ରୟ କରି ସେମାନଙ୍କ ଋଣ ଚାପ ରୁ ମୁକ୍ତ କରନ୍ତୁ ବୋଲି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା କହି ନଚେତ ଆଗାମୀ ଦିନ ରେ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି। ପ୍ରତ୍ୟକ ବର୍ଷ ଡିସେମ୍ବର 15 ରୁ ମାର୍ଚ୍ଚ ଶେଷ ଯାଏଁ ଧାନ କ୍ରୟ କରିବା ଅବଧି ରହିଥିବା ବେଳେ ଧାନ ପଡୋଶୀ ଆନ୍ଧ୍ରପ୍ରଦେଶ କିପରି ଭାବେ ଚୋରା ଚାଲାଣ ହେଉଛି ତାହା ତଦନ୍ତ ସାପେକ୍ଷ.ସଠିକ ସମୟ ରେ ଆବଶ୍ୟକୀୟ ଡକୁମେଣ୍ଟ ପ୍ରଦାନ ନ କରିବା ଫଳରେ ଚାଷୀ ଙ୍କ ଟୋକେନ ନ ଆସିବା ସମସ୍ୟା ସୃଷ୍ଟି ହୋଇଥିବା ଶୁଣିବାକୁ ମିଳୁଥିବା ବେଳେ ଟୋକେନ ଅବଧି ଏକ ମାସ ରୁ 15 ଦିନ ଅବଧି ବଢ଼ାଇ ଦିଆଯାଇଛି। କିନ୍ତୁ ପଞ୍ଜିକରଣ କରିଥିବା ଚାଷୀ ଙ୍କ ଟୋକେନ ନ ଆସିବା କାରଣ କଣ ସେ ସମ୍ପର୍କ ରେ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଚିନ୍ତାମଣି କହିଛନ୍ତ।


