ଧନେଇ କେନାଲ ରାସ୍ତାର ଉନ୍ନତି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମ ସ୍ଥିତ ଧନେଇ କେନାଲର ୬ କିଲୋମିଟର ରାସ୍ତା ୫.୫ କୋଟି ଟଙ୍କା ବ୍ୟୟରେ ଉନ୍ନତିକରଣ ହେବାକୁ ଥିବା କାର୍ଯ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ କରକମଳରେ ବୁଧବାର ଦିନ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଉକ୍ତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଧନେଇ ଜଳସେଚ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ଓ ସହକାରୀ ଯନ୍ତ୍ରୀ ସଂଜୀବ ପଣ୍ଡା, ବିଜେପି ନେତା ପ୍ରଭାକର ପଣ୍ଡା, କୃଷ୍ଣ ଚନ୍ଦ୍ର ଜେନା, ଗୀତାଞ୍ଜଳି ସାହୁ, ରଘୁନାଥ ପଣ୍ଡା, ରାଜେନ୍ଦ୍ର ପାତ୍ର, ମହେଶ୍ୱର ପରିଡ଼ା ସମେତ ବିଜେପିର ବହୁ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ।


