ପୋଲସରା ବ୍ଲକ ଗାଁ ସାଥି ସଂଘର ବୈଠକ

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡା ରାଆଣ୍ଡି ଡାକ ବଙ୍ଗଳାରେ ପୋଲସରା ବ୍ଲକ ଗାଁ ସାଥି ସଂଘ ସଭାପତି ଅଶୋକ କୁମାର ବିଷୋୟୀଙ୍କ ଅଧ୍ୟକ୍ଷତାରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ୩୦/୦୧/୨୬ ତାରିଖର ଚିଠି ସଂଖ୍ୟା ୨୭୫୨ ପ୍ରକାରରେ ଗାଁ ସାଥିମାନଙ୍କ ଛଟେଇକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଏଥିରେ  ସମ୍ପାଦକ ଲତିତ ମୋହନ ନାୟକ, କ୍ୟାସିୟର ବସନ୍ତ କୁମାର ଗୌଡ଼, ସାରଦା କୁମାରୀ ପ୍ରଧାନ, ବାସନ୍ତୀ ରଣା, ହରିହର ସାହୁ, ଶତ୍ରୁଘ୍ନ ସାହାଣୀ, ସାଇବ ସ୍ବାଇଁ, ଅରୁଣ କୁମାର ସାହୁ, ଗୀତାଞ୍ଜଳି ସାହୁ, ଧର୍ମେନ୍ଦ୍ର ଗୁରୁ, ସୁକାନ୍ତି ସାହୁ, ସୁରେଶ ଗୌଡ଼, ବୁଲୁ ଜେନା, ଚନ୍ଦ୍ରମଣି ସାହୁ, ରଶ୍ମିତା ପରିଡ଼ା, ରୁନୁ ଗୌଡ଼, ଦାମୋଦର ସ୍ବାଇଁ, ଶର୍ମିଷ୍ଠା କୁମାରୀ ସାହୁ, ସୂର୍ଯ୍ୟକାନ୍ତ ସାହୁ ସମେତ ୫୦ରୁ ଉର୍ଦ୍ଧ୍ବ ଗାଁ ସାଥି ଏହି ବୈଠକରେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ