ମୁନିଗୁଡାର ପୂର୍ଣଚନ୍ଦ୍ର ଗୌଡ଼ଙ୍କୁ ମିଳିଲା ବିଜେଡି ଜିଲ୍ଲା ଉପ ସଭାପତି ଦାୟିତ୍ୱ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ) : ବିଜୁ ଜନତା ଦଳର ସୁପ୍ରିମ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାୟଗଡା ଜିଲ୍ଲାରେ ଦଳକୁ ସୁଦୃଡ କରିବା ପାଇଁ ନୂତନ ଭାବେ କମିଟି ଗଠନ କରାଯାଇଛି,ଏହି ଅବସରରେ ମୁନିଗୁଡା ବ୍ଲକର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ଼ଙ୍କୁ ନୂତନ ଭାବେ ଜିଲ୍ଲାର ଉପ ସଭାପତି ଭାବେ ଦାଇତ୍ୱ ଦିଆଯାଇଛି,ଶ୍ରୀ ଗୌଡ଼ ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୮୯ ମସିହା ଠାରୁ ଜନତା ଦଳରେ ସାମିଲ୍ ହୋଇ ୨୦୦୨ ଠାରୁ ୨୦୦୪ ପଯ୍ୟନ୍ତ ଯୁବ ବିଜୁ ଜନତା ଦଳରେ ସମ୍ପାଦକ ଭାବରେ ନିଜ କାଯ୍ୟ ସମ୍ପାଦନ କରିଥିଲେ ପରେ ୨୦୨୦ ଠାରୁ ୨୦୨୫ ପଯ୍ୟନ୍ତ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ନିଜ ଦକ୍ଷ ରାଜନୀତୀର ୮ଟି ଵିଧାନସଭା ଓ ୧୦ଟି ଲୋକସଭା ନିର୍ବାଚନରେ ନୀଜ ଦଳ ପାଇଁ ଗୋଟି ଚାଳନା କରି ଦଳକୁ ସଫଳ କରାଇ ଥିବା ବେଳେ ଶ୍ରୀ ଗୌଡ଼ ମୁନିଗୁଡା ଅଞ୍ଚଳରେ ବିଜୁ ଜନତା ଦଳର ଚାଣକ୍ୟ ଭାବେ ଵେସ୍ ପରିଚିତ। ବର୍ତମାନ ପୁଣି ଥରେ ଦଳର ସୁପ୍ରିମ ନବୀନ ପଟ୍ଟନାୟକ ଶ୍ରୀ ଗୌଡ଼ଙ୍କୁ ରାୟଗଡା ଜିଲ୍ଲାର ଵିଜୁ ଜନତା ଦଳର ଉପ ସଭାପତି ଭାବେ ଦାଇତ୍ୱ ଦେଇଛନ୍ତି,ସେ ଦଳ ପାଇଁ ଦୀର୍ଘ ବର୍ଷ ଧରି କାର୍ଯ୍ୟକାରୀ କରି ଆସୁଥିବାରୁ ଏବଂ ବର୍ତମାନ ନୂତନ ଭାବେ ଜିଲ୍ଲା ଉପ ସଭାପତି ଭାବେ ଦାଇତ୍ୱ ପାଇଥିବାରୁ ତାଙ୍କୁ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ଆଇନମନ୍ତ୍ରୀ ଜଗନ୍ନାଥ ସାରକା,ରାଜ୍ୟ ସମ୍ପାଦକ ତଥା ପୂର୍ବତନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ,ମୁନିଗୁଡା ବିଜେଡି ବ୍ଲକ ସଭାପତି ରତନ ଲାଲ ଜୈନ,ସଂଗଠକ ପିଙ୍କୁ ପାତ୍ର,ବୃନ୍ଦାବନ ପାଢ଼ୀ,ପ୍ରେସ କ୍ଳବ ସଭାପତି ରାଜୀବ ଲୋଚନ ଦାସ,ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ,ବିଜୁ ପଟ୍ଟନାୟକ ଯୁବ ସଂସଦ,ଯାଦ୍ଧବ ସମାଜ,ପ୍ରଗତି ମଞ୍ଚ, ମୁନିଗୁଡା କ୍ରିକେଟ ଆସୋସିଏସନ ସହ ବିଭିନ୍ନ ସାମାଜିକ ସଂଗଠନ ଏବଂ ବିଭିନ୍ନ ମୋହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି, ଅନ୍ୟପଟେ ଏହି ଦାଇତ୍ୱ ପାଇ ଥିବାରୁ ଦଳ ଯାହା ଦାଇତ୍ୱ ଦେବ ତାକୁ ସୂଚାରୁ ରୁପେ ତୁଲାଇଵି ବୋଲି ପ୍ରକାଶ କରିବା ସହ ସେ ଦଳର ସୁପ୍ରିମ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ,ରାଜ୍ୟ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ସଭାପତି ସୁଧୀର ଦାସ,ଜିଲ୍ଲା ସଭାପତି ତଥା ପୂର୍ବତନ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ ଅନ୍ୟ ଦଳୀୟ ନେତା ମାନଙ୍କୁ ସାଧୁବାଦ ଜଣାଇବା ସହ ଏହି ଦାଇତ୍ୱକୁ ସେ ସୁଚାରୁ ରୂପେ ତୁଲାଇବେ ବୋଲି ପ୍ରକାଶ କରିଥିଲେ।


