ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା ଓ ନିବାରଣ ସମ୍ପର୍କିତ କାର୍ମଶାଳା

ବାଲେଶ୍ୱର,(ସରୋଜ ପଣ୍ଡା): ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଡିଟୋରିୟମ ହୋଲରେ ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା ଓ ନିବାରଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି। ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି ଏହି କର୍ମଶାଳାର ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଔପଦା ଶାସ୍ୱତୀ ଷଡୁଆଳ ବିଗତ ପୁରୁଣା ଦିନମାନଙ୍କରେ ଶିକ୍ଷାର ଘୋର ଅଭାବ, କୁସଂସ୍କାର, ଅନ୍ଧବିଶ୍ୱାସ ଓ ସନ୍ଦେହ କାରଣରୁ ଡାହାଣୀ ପ୍ରଥା ବ୍ୟାପକ ପରିବ୍ୟାପ୍ତ ହେଉଥିଲା, ମାତ୍ର ଆଜିର ସମୟରେ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥା, କୋଣ ଅନୁକୋଣରେ ସଚେତନତା ଓ ସରକାରଙ୍କର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଏହା ହ୍ରାସ ପାଇଛି ସତ, କିନ୍ତୁ ସଂପୂର୍ଣ୍ଣ ରୂପେ ଉଚ୍ଛେଦ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ଆହ୍ୱାନ ଦେଇଥିଲେ। ସମାଜରେ ପ୍ରତିଦିନ ସାମ୍ନାକୁ ଆସୁଥିବା ବିଭିନ୍ନ ପ୍ରକାରର ଦୁର୍ଘଟଣା ଗୁଡ଼ିକ ମଧ୍ୟରେ ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା ଓ ହତ୍ୟା ଅନ୍ୟତମ। ଏହି କୁପ୍ରଥା ଆମ ସମାଜ ପାଇଁ ଏକ ବ୍ୟାଧି, ଏହାର ବିନାଶ ଘଟିଲେ ଏକ ସୁସ୍ଥ, ସମୃଦ୍ଧ ଓ ଶୃଙ୍ଖଳିତ ସମାଜ ଗଠନ ହୋଇପାରିବ ବୋଲି କହିଛନ୍ତି ସେ କହିଥିଲେ । ଏଥିରେ ନିମନ୍ତ୍ରିତ ଅତିଥି ଭାବରେ ସହକାରୀ ଉପ-ନିରୀକ୍ଷକ ଛୋଟରାୟ ଚପରାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁସିରାମ ଗହିର୍ ଙ୍କ ସମେତ ଅନ୍ୟ ବରେନ୍ୟ ଅଧିକାରୀ ଉପସ୍ଥିତ ହୋଇ ଡାହାଣୀ ପ୍ରଥା ସମାଜରୁ ବିଲୋପ କରିବା ପାଇଁ ଆଇନଗତ ଅନେକ ବ୍ୟବସ୍ଥା ରହିଛି। ଡାହାଣୀ, ଗୁଣିଆ, ଭୂତ ଓ ପ୍ରେତ ଇତ୍ୟାଦି କାଳ୍ପନିକ ଚରିତ୍ର ଓ ଘଟଣା ଗୁଡିକ ସମାଜର ଅନେକ କ୍ଷତି ସାଧନ କରନ୍ତି। ଏହି କଳଙ୍କିତ ଅଧ୍ୟାୟକୁ ମୂଳୋତ୍ପାଟନ କରିବା କ୍ଷେତ୍ରରେ ସମାଜର ପ୍ରତ୍ୟେକ ବର୍ଗର ନାଗରିକଙ୍କ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ତାଲିମ ଦାତା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଔପଦା ଏବଂ ଶିଶୁ ପ୍ରକଳ୍ପ ଅଧିକାରୀ, ନୀଳଗିରି ଏହି କୁପ୍ରଥାକୁ ଦୂର କରିବା ଦିଗରେ ବିଭିନ୍ନ ଉଦାହରଣ ଓ ଭିଡିଓ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ। ଏହି କର୍ମଶାଳାକୁ ସୁସଜ୍ଜିତ କରିବା ପାଇଁ ଜିଲ୍ଲାର ସମସ୍ତ ଶିଶୁ ପ୍ରକଳ୍ପ ଅଧିକାରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ, ପଞ୍ଚାୟତିରାଜ ସଦସ୍ୟା, କିଶୋରୀ ବାଳିକା, କଲେଜ ଛାତ୍ରୀ, ସାମାଜିକ କର୍ମୀ ଓ ଜିଲ୍ଲା ମହିଳା ସଶକ୍ତିକରଣ କାର୍ଯ୍ୟଳୟର ସମସ୍ତ କର୍ମକର୍ତ୍ତା ସକ୍ରିୟ ଅଂଶଗ୍ରହଣ କରିଥିଲେ। ସର୍ବଶେଷରେ ସୁରକ୍ଷା ଅଧିକାରୀ ଶ୍ରୀମତୀ ଯୁଥିକାରାଣୀ ରାୟ ସମୁହ ଧନ୍ୟବାଦ ଦେଇ କର୍ମଶାଳାକୁ ଉଦଯାପିତ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ