ଅର୍ବାନବ୍ୟାଙ୍କ ପକ୍ଷରୁ ଗୋପବନ୍ଧୁ ପାଠାଗାରକୁ ଥଣ୍ଡାପାନୀୟ ମେସିନ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ): ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗୋପବନ୍ଧୁ ପାଠାଗାରକୁ ଏକ ଥଣ୍ଡା ପାନୀୟ ମେସିନ ପ୍ରଦାନ କରାଯାଇଛି। ଅର୍ବାନବ୍ୟାଙ୍କ ସଭାପତି ଗୁରୁ ପ୍ରସାଦ ମହାନ୍ତି ଗୋପବନ୍ଧୁ ପାଠାଗାରକୁ ପରିଦର୍ଶନରେ ଯାଇଥିବା ସମୟରେ ସେଠାରେ ଏକ ଥଣ୍ଡା ପାନୀୟ ମେସିନର ଆବଶ୍ୟକତା ଥିବା ଉପଲବ୍ଧି କରିଥିଲେ। ସେଠାକୁ ପଢିବାକୁ ଆସୁଥିବା ପିଲାମାନଙ୍କ ପାଇଁ ଖରାଦିନେ ଥଣ୍ଡା ପିଇବା ପାଣିର ଆବଶ୍ୟକତା ରହିଛି। ତେଣୁ ବ୍ୟାଙ୍କ ସଭାପତି ଶ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଅର୍ବାନ ବ୍ୟାଙ୍କ ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ତୁରନ୍ତ ଗୋପବନ୍ଧୁ ପାଠାଗାରରେ ଏକ ଥଣ୍ଡା ପାନୀୟ ମେସିନ ଲଗାଇଥିଲେ। ଏହି ମେସିନକୁ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ସିଇଓ ଶ୍ରୀମତୀ ପଣ୍ଡା ଉଦଘାଟନ କରିବା ପରେ ସେହି ପାଠାଗାରର ପାଠକ ଓ ପାଠିକା ମାନେ ସେଥିରୁ ପାଣି ପିଇବା ସହିତ ସେମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।


