ଧର୍ମଘଟ ପାଇଁ ଏଆଇକେକେଏମଏସର ପଥପ୍ରାନ୍ତ ସଭା
ନାଉଗାଁ,(ଓ୍ବାଇଏନଏସ):୨୧ ଦଫା ଦାବିରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆହୂତ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ସମର୍ଥିତ ସାଧାରଣ ଧର୍ମଘଟକୁ ଏ.ଆଇ.କେ.କେ.ଏମ.ଏସ. (ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ) ସମର୍ଥନ ପରିପ୍ରେକ୍ଷୀରେ ନାଉଗାଁ ବଜାର ଓ ବ୍ଳକ ଛକରେ ପଥପ୍ରାନ୍ତ ସଭା କରାଯାଇଛି। ଏହି ପଥପ୍ରାନ୍ତ ସଭାରେ ଏ.ଆଇ.କେ.କେ.ଏମ.ଏସ. ତରଫରୁ କମ୍ରେଡ ସୁବାସ ସ୍ଵାଇଁ, ବଂଶୀଧର ବେହେରା, ମହେଶ୍ବର ଦାସ ବସନ୍ତ ମଲ୍ଲିକ ରଘୁନାଥ ଦାସ ବକ୍ତବ୍ୟ ରଖିଥିଲେ।


