ପୂର୍ବ ସୂଚନା ନ ଦେଇ କରାତଳି ତାମ୍ପରାରୁ ଜଳ ନିଷ୍କାସନ ଯୋଗୁଁ କ୍ଷତିଗ୍ରସ୍ଥ ହେବ ୭ ପଞ୍ଚାୟତର ରବି ଫସଲ : ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ

ଛତ୍ରପୁର, (ଓ୍ବାଇଏନଏସ) :  ଚାଷୀଙ୍କୁ ସହାୟତା ବଦଳରେ ବିଭିନ୍ନ ଅସୁବିଧାରେ ପକାଇଛି  ଜଳ ସେଚନ ବିଭାଗ ର ମନ ଅଜବ ନୀତି l ଏପରି ଘଟଣା ଦେଖିବାକୁ  ଖୋଦ ଛତ୍ରପୁର ବ୍ଲକ ଅଂଚଳ ରେ l ଚାଷୀଙ୍କ ଏକମାତ୍ର ସାହାରା ସାଜିଥିବା କରାତଳି ତାମ୍ପରାରୁ ( ପାଣି କାଟି ଛଡା ଯିବା ଦ୍ୱାରା) ଜଳ ନିଷ୍କାସନ କରାଯିବା ଫଳରେ ଶହ ଶହ ଚାଷୀ ଏବେ କ୍ଷତିଗ୍ରସ୍ଥ  ହେବାର ସମ୍ଭାବନା ରହିଛି l ଛତ୍ରପୁର ବ୍ଲକର କରାତଳି ତାମ୍ପରା ଉପରେ ଭିକାରୀପଲ୍ଲୀ, ସୁନ୍ଦରପୁର, ବିପୁଳିଙ୍ଗୀ, ମହାନାଦପୁର, ବଉଳଗାଁ ଏବଂ ପୁରୁଷୋତ୍ତମପୁର ବ୍ଲକ  ସୁନାଥର  ପଞ୍ଚାୟତର  ଶହ ଶହ ଚାଷୀ ମାନେ ନିର୍ଭର କରୁଥିଲେ l ଏଠାରୁ ପାଣି ଆସିବା ଦ୍ୱାରା ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ଚାଷ ଜମି ଗୁଡିକୁ ଜଳ ସେଚନ କରାଯାଉଥିଲା l ଏବେ କରାତଳି ତାମ୍ପରାର ପାଣିକୁ ଚାଷୀ  କୁ କୋଣସି ପୂର୍ବ ସୂଚନା ନ ଜଣାଇ  ( ପାଣି କାଟି ଛଡା ଯିବା ଦ୍ୱାରା) ନିଷ୍କାସନ କରାଯିବା ଫଳରେ ଚାଷ ଜମିକୁ ଜଳ ସେଚନ ହୋଇପାରିବ ନାହିଁ l ଯାହା ଫଳରେ ଉକ୍ତ ଜମି ମାନଙ୍କରେ ରବି ଋତୁରେ ଚାଷ କରିଥିବା ବାଦାମ, ପନିପରିବା, ଲଙ୍କା, ଆଳୁ, ସୁଇଟକୋନ ମକା ଆଦି ନଷ୍ଟ ହୋଇଯିବ l ଏଣୁ ଏହାକୁ ବିରୋଧ କରି ଚାଷୀ ମାନେ ମାନେ ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି l ଚାଷୀ ମାନେ ଧାର କରଜ କରି ନିଜ ନିଜ ଚାଷଜମିରେ ଏସବୁ ଚାଷ କରିଥିବା ବେଳେ ଚାଷଜମିକୁ ଜଳ ନ ମିଳିଲେ ଏହା ନଷ୍ଟ ହୋଇଯିବାର ଆଶଙ୍କା ରହିଛି ବୋଲି  ପତିତପାବନ ପାଣି ପଂଚାୟତ ର ସଭାପତି ପଙ୍କଜ କୁମାର ଦାଶ, ମା ଭୁବନେଶ୍ୱରୀ ପାଣି ପଂଚାୟତ ସଭାପତି କୈବଲ୍ୟ ମହାଙ୍କୁଡ, ଚନ୍ଦ୍ର କଳ୍ପେଶ୍ୱର ପାଣିପାଞ୍ଚାୟତ ସଭାପତି ବିଭୁତି ଦାଶ, ବୁଢୀ ଠାକୁରାଣୀ ପାଣି ପଂଚାୟତ ସଭାପତି ପବିତ୍ର କୁମାର ଦାଶ, ଚାଷୀ ନୀଳ କଣ୍ଠ ଦାଶ, ଅଜିତ କୁମାର ପଣ୍ଡା, ଗୋବିନ୍ଦ ନାୟକ, ଶାନ୍ତୁନ କୁମାର ଦାଶ, ଦଣ୍ଡ ପାଣି ରଥ, କୃଷ୍ଣ ମୁଦୁଲି ଙ୍କ ସମେତ ବହୁ ଚାଷୀ  ମାନେ କହିଛନ୍ତି l ଏଣୁ ଚାଷୀଙ୍କ ହିତ କୁ ଦୃଷ୍ଟିରେ ରଖି ତୁରନ୍ତ ଜଳ ନିଷ୍କାସନ ପ୍ରକ୍ରିୟା ବନ୍ଦ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି l ଅନ୍ୟପଟେ ଜିଲ୍ଲା ପ୍ରଶାସନ ସେମାନଙ୍କ କଥା ନ ଶୁଣିଲେ ଚାଷୀ ମାନେ ଏକତ୍ରିତ ଭାବେ ବାଧ୍ୟ ହୋଇ  ଜଳ ନିଷ୍କାସନ ବନ୍ଦ କରିବେ ବୋଲି କହିଛନ୍ତି    l ଏନେଇ ଆଜି ଚାଷୀ ନେତା ନୀଳ କଣ୍ଠ ଦାଶ ଙ୍କ ନେତୃତ୍ୱ ରେ ବହୁ ଚାଷୀ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ଭେଟି ଘଟଣା ସମ୍ପର୍କ ରେ ଅବଗତ କରାଇଛନ୍ତି l ଏହାକୁ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପୃଷ୍ଟି ଗୁରୁତ୍ୱ ନେଇ ଜଳ ସେଚନ ବିଭାଗ ର ଅଧିକାରୀ ଙ୍କୁ ଡାକି ଚାଷୀ ଙ୍କ କିପରି ଅସୁବିଧା ନ ହେବ ସେଥିପାଇଁ ପରମର୍ଶ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ