ରେଳ ଲାଇନ କଢରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର

ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡା ରେଳ ବିଭାଗ ଜିଆରପି ପୋଲିସ ଦ୍ୱାରା ମୁନିଗୁଡା ବ୍ଲକ ତଥା ଅମ୍ବାଦଳା ଓ ଲାଞ୍ଜିଗଡ ମଧ୍ୟବର୍ତ୍ତୀ ରେଳ ଲାଇନ କଢରୁ ଜଣେ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଅମ୍ବାଦଳା ନିକଟସ୍ଥ ୨୫୪ ନମ୍ବର କିଲୋମିଟର ଠାରେ ଜଣେ ବ୍ୟକ୍ତିର ମୃତ ଦେହ ପଡ଼ିଥିବା ନେଇ ମୁନିଗୁଡା ଜିଆରପି ଏସଆଇ ଜଗଦୀଶ ମହାନନ୍ଦ ଖବର ପାଇବା ପରେ ତୁରନ୍ତ କନେଷ୍ଟବଳ ଅମିତ କୁମାର ସୋଏ ଓ ଅନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ପ୍ରାଥମିକ ତଦନ୍ତ କରିଥିଲେ। ତଦନ୍ତ ବେଳେ ଏହା ଅଜଣା ବୋଲି ଜାଣିବା ପରେ ଜିଆରପି କେଶ ନମ୍ବର ୬/୨୦୨୬ ରେ ମାମଲା ରୁଜୁ କରିବା ସହ ମୃତ ଦେହକୁ ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ବ୍ୟବଛେଦ ପରେ ସେଠାରେ ଶବକୁ ମର୍ଚ୍ଚରୀ ଘରେ ରଖାଯାଇଥିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଜିଆରପି ଏସଆଇ ଜଗଦୀଶ ମହାନନ୍ଦ ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ