ଚୋରା ମଦ ସମେତ ବ୍ରାଉନସୁଗାର ଓ ଗଞ୍ଜେଇ ଜବତ, ୫ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ସଦର, କେନ୍ଦ୍ରାପଡ଼ା ଟାଉନ, ରାଜନଗର ଓ ମହାକାଳପଡ଼ା ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ମଲଢିଆ ଗ୍ରାମର ଗଗନ ସ୍ୱାଇଁ(୪୧)ଙ୍କ ଠାରୁ ୨୮ ଲିଟର ଦେଶୀ ମଦ, ନରହରି ଗ୍ରାମର ରଜନୀକାନ୍ତ ଦାସ(୩୫)ଙ୍କ ଠାରୁ ୨୫ ଲିଟର ଦେଶୀ ରନ୍ଧା ମଦ, ଗଞ୍ଜା ଗ୍ରାମର ବାସୁଦେବ ନାୟକ(୪୨)ଙ୍କ ଠାରୁ ୩୫ ଲିଟର ବିଦେଶୀ ମଦ, ମଧୁସୁଦନପୁର ଗ୍ରାମର ଜାହିଦ ଖାନ(୩୨)ଙ୍କ ଠାରୁ ୫୦ ଗ୍ରାମର ବ୍ରାଉନ ସୁଗାର, ରାଜନଗର ଗ୍ରାମର ବଳରାମ ସେଠୀ(୪୧)ଙ୍କ ଠାରୁ ୨.୫୬୦ କିଗ୍ରା ଗଞ୍ଜେଇ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୮୮ ଲିଟର ଦେଶୀ, ଦେଶୀ ରନ୍ଧା ଓ ବିଦେଶୀ ଚୋରା ମଦ, ୨.୫୬୦ କିଗ୍ରା ଚୋରା ଗଞ୍ଜେଇ ଓ ୫୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, କଳ୍ପନା ରାଉତ, ସହକାରୀ ଉପନିରୀକ୍ଷକ ସୁନୀଲ କୁମାର ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ