ହାଟଡିହି, (ଓ୍ବାଇଏନଏସ) : କେନ୍ଦୁଝର ଜିଲା ହାଟଡିହି ବ୍ଲକର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ଦୁଇ ଯୁବକ ଗିରଫ ହୋଇଛନ୍ତି। ସୂଚନା ଅନୁଯାଇ ଜଣେ କଲେଜ ଛାତ୍ରୀର ଫଟୋକୁ ଦୁଇଜଣ ଯୁବକ ଭାଇରାଲ କରିଥିବା ନେଇ ସଂପୃକ୍ତ ଯୁବତୀ ଜଣକ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି ନନ୍ଦିପଦା ପୁଲିସ କେସ ନଂ୬୩ /୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଘଟଣାର ତଦନ୍ତ କରି ପୁଲିସ ଖେତୁଆଳି ଗ୍ରାମର ସୁନୀଲ ସେଠୀ (୩୦) ଓ ମଧୁର ଗଢିଆ ଗ୍ରାମର ମହେଶ୍ଵର ମିଶ୍ର (୨୦)ଙ୍କୁ ଗିରଫ କରିଛି। ପୁଲିସ ଆଜି ଯୁବତୀର ବୟାନ ରେକର୍ଡ କରିଛି।