ଦିଗପହଣ୍ଡିରେ ପ୍ରବୋଧନ ତାଲିମ ଶିବିର ଉଦଯାପିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ  ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା – ୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା ନୀତି  ଆନୁକୂଲ୍ୟରେ ପଞ୍ଚ ଦିବସୀୟ ତଥା ୪ ର୍ଥ ଅନ୍ତିମ ପ୍ରବୋଧନ ତାଲିମ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି। ସମୁଦାୟ ୪ ଟି ପର୍ଯ୍ୟାୟରେ ୬୮୦ ଶିକ୍ଷୟତ୍ରୀ ଶିକ୍ଷକ ଙ୍କୁ ପ୍ରଶିକ୍ଷକ ପ୍ରଦୀପ କୁମାର ମହାପାତ୍ର, ବିଜୟ କୁମାର ପ୍ରଧାନ, ଶିବରାମ ପ୍ରଧାନ, ଶଙ୍କର ସେଠୀ, ଅଳକା ପ୍ରଧାନ, ସିମାଞ୍ଚଳ ବେହେରା, ଅନିଲ ସାହୁ, ସୁବ୍ରତ ପଣ୍ଡା, ବାସୁଦେବ ବେହେରା, ଶ୍ରୀକାନ୍ତ ସାମନ୍ତରାୟ, ମନୋଜ କୁମାର ବେହେରା, କୁରା ସେଠୀ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ, ଭୀଷ୍ମଗିରି ଗ୍ରାମ ବାଳକ ପ୍ରାଥମିକ ବିଦ୍ୟାଳୟ ଏବଂ ବମୋକେଇ ଗ୍ରାମ ସ୍ଥିତ ଶିବାନନ୍ଦ ନୋଡାଲ ହାଇସ୍କୁଲ ଠାରେ ଆୟୋଜିତ ଶିବିରରେ  ଓଡିଶା ପାଠ୍ୟକ୍ରମ ଆଧାର  ବିଦ୍ୟାଳୟ ଶିକ୍ଷା- ୨୦୨୫ ଓ ଜାତୀୟ ଶିକ୍ଷା -୨୦୨୦ ଆନୁକୂଲ୍ୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପାଇଁ ୫୫ ଟି ପୁସ୍ତକ ପ୍ରଚଳନ,ଭାରତୀୟ ଜ୍ଞାନ ପରମ୍ପରା, ପଞ୍ଚକୋଷ ବିକାଶ,ପଞ୍ଚ ପଦୀ ଶିକ୍ଷଣ, ଦକ୍ଷତା ଆଧାରିତ ଶିକ୍ଷଣ ଓ ଆକଳନ, ମୌଳିକସ୍ତର ଶିକ୍ଷଣ, ଭାଷା, ଗଣିତ, ପରିବେଶ, ବିଜ୍ଞାନ, ସାମାଜିକ ପାଠ, ସଂସ୍କୃତ, ହିନ୍ଦୀ ଶିକ୍ଷଣ,କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସୁସ୍ଥତା, ବୃତ୍ତିଗତ ଶିକ୍ଷା ଶିକ୍ଷଣ ଆଧରିତ ବିଷୟବସ୍ତୁକୁ ନେଇ ତାଲିମ ଦିଆଯାଇଥିଲା।  ଉକ୍ତ ଶିବିର ଗୁଡିକରେ  ମୁଖ୍ୟଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼. ଶଙ୍କର ନାରାୟଣ ବେଜ ,ସମ୍ମାନିତ ଅତିଥି ଭାବେ ସହ- ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳା  ମାଝୀ, ବିଶ୍ରବା ପାଇକ, ଏବଂ ରସାନନ୍ଦ ଘଡେଇ ଏବଂ ସମ୍ବଳ ଶିକ୍ଷକ ସୁଶାନ୍ତ ପ୍ରଧାନ ଉପସ୍ଥିତ ରହି ତାଲିମର ମହତ୍ୱ ଓ ଗୁରୁତ୍ୱକୁ ବୁଝାଇଥିଲେ। ଏଥିରେ ସମସ୍ତ ଆଞ୍ଚଳିକ ସାଧନ କର୍ମୀ ସହଯୋଗ କରିଥିଲେ । ସମସ୍ତ  ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ