ବିଜେପିରେ ମିଶିଲେ ଜିଲ୍ଲା ପରିଷଦ ସଭ୍ୟାଙ୍କ ସମେତ ବ୍ଲକ ଯୁବ ବିଜେଡି ସଭାପତି ଓ ୨ ଜଣ ପୂର୍ବତନ ସରପଂଚ
ଛତ୍ରପୁର,(ଓ୍ବାଇଏନଏସ) : ସବୁବେଳେ ଲୋକଙ୍କ ସହ ରହି ଆସୁଥିବା ଛତ୍ରପୁର ର ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଛତ୍ରପୁର ବ୍ଲକର ସମସ୍ତ ପଂଚାୟତକୁ ନିଜ ଦଖଲରେ ରଖିବା ପାଇଁ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି । ଶୁକ୍ରବାର ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଂ ରୁମ୍ ଠାରେ ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ସରୋଜ କୁମାର ସାବତ ଙ୍କ ଅଧ୍ୟକ୍ଷତା ଏବଂ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେ ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ଜନତା ପାର୍ଟି ର ରାଜ୍ୟ ସାଂଗଠନିକ ସଂପାଦକ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ସାରଦା ପ୍ରସାଦ ଶତପଥୀଙ୍କ ଉପସ୍ଥିତିରେ ଛତ୍ରପୁର ବିଧାୟକ ଶ୍ରୀ ନାୟକଙ୍କ ନେତୃତ୍ୱରେ ବିଜେଡିର ୧୯ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ୨୧ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରା, ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି କାଳିଆ ନାହାକ, ପୂର୍ବତନ ସରପଂଚ ସୋମନାଥ ବେହେରା ଓ ସନିଆ ବାଡତ୍ୟା, ପୂର୍ବତନ ସମିତିସଭ୍ୟା ସୁକାନ୍ତି ବେହେରା, ଯୁବନେତା କିଶୋର ବେହେରାଙ୍କ ସମେତ ବହୁ ନେତା ଓ କର୍ମୀ ମାନେ ଭାରତୀୟ ଜନତା ପାର୍ଟିର ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା,ସାଂସଦ ପ୍ରତିନିଧି ଆର୍.ସନ୍ତୋଷ ରେଡ୍ଡୀ ଓ ରୁଇନା ପଟ୍ଟନାୟକ, ବିଜେପି ଗଞ୍ଜାମ ଜିଲ୍ଲା ସାଧାରଣ ସଂପାଦକ ପଦ୍ମଚରଣ ସାହୁ, ଜିଲ୍ଲା ସଂପାଦକ ଏନ୍.ଦୁର୍ଯ୍ୟୋଧନ ରେଡ୍ଡୀ ଓ ବସନ୍ତ କୁମାର ବେହେରା, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ, ରମ୍ଭା ଏନ୍ଏସି ଅଧ୍ୟକ୍ଷା ମାନସି ସ୍ୱାଇଁ, ପୂର୍ବ ତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଅନୁସୂଚିତ ଜାତି ମୋର୍ଚାର ଜିଲ୍ଲା ସଭାପତି କିର୍ତନ ଦାସ, ଛତ୍ରପୁର ମଣ୍ଡଳ ସଭାପତି ଗୋରୀଶଙ୍କର ନାହାକ, ପୂର୍ବତନ ଜିଲ୍ଲା ସଂପାଦକ ଲକ୍ଷ୍ମୀନାରାୟଣ ପଣ୍ଡା, ଲୋକନାଥ ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା, ରଶ୍ମିରାଣୀ ମହାପାତ୍ର, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସୁନ୍ଦରପୁର ସରପଂଚ ଗଗନ ବେହେରା, ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି ସଂପଦ ନାହାକ, ବିଏମ୍ସି ନେତା ଅର୍ଜୁନ ବେହେରା ପ୍ରମୁଖ ମଂଚାସୀନ ଥିଲେ ।


