ବିଦ୍ୟୁତ ଖୁଣ୍ଟରୁ ଖସିପଡି ଥିବା ଯୁବକଙ୍କ ମୃତ୍ୟୁ
ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକ ଜଳସରପୁର ଗ୍ରାମରେ ଗତ ୯ ତାରିଖ ଦିନ କେବୁଲ କାମ କରୁଥିବା ବେଳେ ବିଦ୍ୟୁତ ଖୁଣ୍ଟରୁ ଖସିପଡି ଗୁରୁତର ହୋଇଥିବା ଯୁବକଙ୍କ ଆଜି ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାଇ ଗେଡ଼ମା ପଞ୍ଚାୟତ ଜଳସରପୁର ଗ୍ରାମର ପ୍ରବୋଧ କୁମାର ନାୟକ ଗତ ୯ ତାରିଖ ଦିନ ଗ୍ରାମର ଜଣେ ବ୍ୟକ୍ତିଙ୍କ କେବୁଲ କାମ କରୁଥିଲେ। ବିଦ୍ୟୁତ ଖୁଣ୍ଟରେ ଚଢି କେବୁଲ କାମ କରୁଥିବା ବେଳେ ହଠାତ ତାଙ୍କର ମୁଣ୍ଡ ବୁଲାଇ ଦେବାରୁ ସେ ବିଦ୍ୟୁତ ଖୁଣ୍ଟରୁ ତଳକୁ ଖସିପଡି ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଶାଳଣିଆଁ ଓ ପରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟପର୍ଣ୍ଣ ଥିବାରୁ ତାଙ୍କୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


