କିଛିମାସର ନୀରବତା ପରେ ପୁଣି ଲାଗିଲା ମାଓ ବ୍ୟାନର ଲଗାଇଲା କେବିକେ ଡିଭିଜ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ): ପୁଣି ଲାଗିଲା ମାଓ ବେନର। ଆମେ ଆଦିବାସୀଙ୍କ ପାଇଁ ଲଢ଼ିବୁ। ଶବ୍ୟସାଚୀ ବଣ୍ଡା, ଉଦୟ କି ନିଖିଳ  ଏମାନେ ଆଦିବାସୀ ବିରୋଧୀ ବୋଲି ଏକ ବେନର ରାୟଗଡା ଜିଲ୍ଲାର ମାଓ ଅଧ୍ୟୁଷିତ ଅଞ୍ଚଳ କଲ୍ୟାଣସିଂହପୁର ବ୍ଲକରେ ବେନର ଲଗାଇ ଉପସ୍ଥିତି ଜାହିର କଲା କେବିକେ ଡିଭିଜନ। ଗତ କିଛିଦିନ ପୂର୍ବେ ନିୟମଗିରି ବଂଶଧରା ଘୁମୁସର ନାଗାବଳୀ ଡିଭିଜନ ଓ କେକେବିଏନର ରାଜ୍ୟ ସଦସ୍ୟ ନିଖିଳ ଅରଫ ନିରଞ୍ଜନ ରାଉତ, ଇନ୍ଦୁ ଅରଫ ଅଙ୍କିତା ବେହେରାଙ୍କ ସମତେ ୧୩ଜଣ ମାଓବାଦୀ ସହଅସ୍ତ୍ର ସହ ରାୟଗଡା ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ। ପରେ ଏକ ଭିଡିଓ ମାଧ୍ୟମରେ ଆଉ ସମସ୍ତ ସାଥୀଙ୍କ କଠିନ ପରିସ୍ଥିତିରେ ଆମ ଚିନ୍ତାଧାରାମାଧ୍ୟମରେ ଚଲାଇବା କଷ୍ଟକର ହୋଇ ପଡିଛି। ଗଣତନ୍ତ୍ର ପଦ୍ଧତିରେ ରହି ଆଦିବାସୀ, ନିଷ୍ପେସିତ, ମହିଳା, ପରିବେଶ ରକ୍ଷା ପାଇଁ ଲଢେଇ କରିହେବ ବୋଲି କହି ୧୫ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ। ଆତ୍ମ ସମର୍ପଣ କରିଥିବା ମାଓବାଦୀ କୁଆଡେ ଆଦିବାସୀ ବିରୋଧୀ ହୋଲି ବେନରେ ଉଲେଖ ରହିଛି। ଏମିତି ବେନର ରାୟଗଡା ଜିଲ୍ଲାର ସଦର ବ୍ଲକ ଧମଗୁଡା ଓ କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ କୁମାରଗୁଡା ଓ ମାଝୀଗୁଡା ଯିବା ରାସ୍ତାରେ ଏହି ବେନର ଲଗା ଯାଇଥିବା ଦେଖିବାକୁ ମିଳିଛି। ଏହି ବେନର କେବିକେ ଡିଭିଜନର ରାଜ୍ୟ ସମ୍ପାଦକ ମେଘ ମାଝୀ ଓ ଡମ୍ବାଇ ମାଝୀ ବୋଲି ଉଲେଖ ରହିଇଛି। ପୋଲିସର ପ୍ରତିକ୍ରିୟା ମିଳି ପାରିନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ