କୁଆଖାଇ ନଦୀ ପଠାରେ ଅଗ୍ନିକାଣ୍ଡ
କଟକ,(ଓ୍ବାଇଏନଏସ): କଟକ ସଦର ଥାନା ଅନ୍ତର୍ଗତ ପୁରୁଣା କାଚରାମାଳ ସ୍ଥିତ କୁଆଖାଇ ନଦୀ ପଠାରେ ଅଗ୍ନିକାଣ୍ଡ । ସୂଚନାଯୋଗ୍ୟ କେହି ଦୁର୍ବୃତ୍ତ କୁଆଖାଇ ନଦୀ ପଠାରେ ନିଆଁ ଲଗାଇ ଦେଇଥିବାରୁ ବନ ବିଭାଗ ପକ୍ଷରୁ ଏକର ଏକର ଜାଗାରେ ରୋପଣ କରାଯାଇଥିବା ଗଛ ଗୁଡିକ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଗଛ ମଧ୍ୟରେ ଆକାଶୀ, ଶାଗୁଆନ, ଆମ୍ବ, ପଣସ, ଚାକୁଣ୍ଡା, ପଟାସ, ଅର୍ଜୁନ ଭଳି ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଗଛ ଚାରା କିଛି ବର୍ଷ ତଳେ ଏହି ନଦୀ ପଠାରେ ଫୁଲନଖରା ଡିଭିଜନ ବନାଞ୍ଚଳ ବନ ବିଭାଗ ପକ୍ଷରୁ ରୋପଣ କରାଯାଇ ଗୋରୁଗାଈ କବଳରୁ ଗଛ ଗୁଡିକୁ ରକ୍ଷା କରିବା ପାଇଁ ତାର ବାଡ଼ ବୁଲା ଯାଇଥିଲା କିନ୍ତୁ କେହି ଦୁର୍ବୃତ୍ତ ଶନିବାର ମଧ୍ୟାହ୍ନରେ ନିଆଁ ଲଗାଇ ଦେବାରୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଠାରେ ପ୍ରକାଶ ଥାଉକି ଏହି ନଦୀ ପଠାରୁ ଦିନ ଓ ରାତି ସମୟରେ ଅନେକ ସମୟରେ ବାଲି ଚୋରା ଚାଲାଣ ହେଉଥିବା ନଜର ରହିଛି। ତେବେ ବାଲି ଚୋରା ଚାଲାଣ ପାଇଁ ଏହି ଭଳି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ପାହାଳ ଦମକଳ କେନ୍ଦ୍ରରୁ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଥିଲେବି ସମ୍ପୃକ୍ତ ସ୍ଥାନକୁ ଯିବାକୁ ଅଣଓସାରିଆ ରାସ୍ତା ଥିବାରୁ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିପାରିନଥିବା ସୂଚନା ମିଳିଛି।


