ବାର୍ଷିକ ମାତୃ ପିତୃ ପୂଜନ ଦିବସ ପାଳିତ
କଟକ, (ଓ୍ବାଇଏନଏସ): ମାଛୁଆ ବଜାର ସ୍ଥିତ ମା’ ସରସ୍ଵତୀ ଶିକ୍ଷା ମନ୍ଦିରରେ ଅଷ୍ଟାଦଶ ବାର୍ଷିକ ମାତୃ ପିତୃ ଦିବସ ମୋହନ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଉକ୍ତ ମାଙ୍ଗଳିକ କାର୍ଯ୍ୟରେ ସଭାପତି ଶିବ ହାତୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ବଟ କୃଷ୍ଣ ଦାସ ଏବ୍ଂ କଟକର ବଜରଙ୍ଗ ଦଳର ଉଚ କର୍ମ କର୍ତ୍ତା ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ଦାସ ଅତିଥି ପରିଚୟ ପ୍ରଦାନ ଏବଂ ସ୍ଵାଗତ ଭାଷଣ ଦେଇଥିଲେ । ବରିଷ୍ଠ ଆଚାର୍ଯ୍ଯା ରଶ୍ମିତା ସୁତାର ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ ଉତ୍ସବରେ ୧୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଅଭିଭାବକ ଅଂଶ ଗ୍ରହଣ କରିଥିଲେ। ସହକାରୀ ଆଚାର୍ଯ୍ଯା ଲୋପାନୀ ସାହୁ, ନମିତା କୁମାରୀ ବେହେରା, ସୋନାଲିଶା ବାରିକ, ସଙ୍ଗୀତା ବେହେରା, ଜୟନ୍ତୀ ସାହୁ, ପ୍ରିୟଙ୍କା ସାହୁ, ମଧୁସ୍ମିତା ସାହୁ ଓ ସେବିକା ଜୟନ୍ତୀ ସାହୁ, ଉକ୍ତ କାର୍ଯ୍ୟକ୍ରମକୁ ନିଷ୍ଠାର ସହ ସମ୍ପାଦନ କରିଥିଲେ ।


