ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି ବୈଠକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ନେଇ ଆଜି ବିଦ୍ୟାଳୟ ପରିସରରେ ୧୦ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅବସରପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ସ୍ୱାଇଁ, ନାରାୟଣ ଚନ୍ଦ୍ର ସାମଲ, ଗୀତା ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ଡ.ମନ୍ମଥ କୁମାର ରାଉଳ, ବିଦ୍ୟାଳୟର ପୂର୍ବତନ ସମ୍ପାଦକ କାଳନ୍ଦି ଚରଣ ବେହେରା, ପୂର୍ବତନ ସରପଞ୍ଚ ଅର୍ଜ୍ଜୁନ ଚରଣ ପଣ୍ଡା, ଅବସରପ୍ରାପ୍ତ କ୍ରୀଡା ଅଧ୍ୟାପକ ରମେଶ ଚନ୍ଦ୍ର ବେହୁରା, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଧନେଶ୍ୱର ଜେନା, ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ପୃଷ୍ଟି, ସୁଧାଂଶୁ ଶେଖର ମହାନ୍ତି, ଗୌରଙ୍ଗ ଚନ୍ଦ୍ର ଧଳ, ପୂର୍ବତନ ସରପଞ୍ଚ ପଙ୍କଜିନୀ ଲେଙ୍କା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଇଂ.ପ୍ରଶାନ୍ତ କୁମାର ପୃଷ୍ଟି, ଇଂ.ଲକି ମାଷ୍ଟର ସ୍ୱାଇଁ, ବିପିନ ନାୟକ, ପ୍ରଣବ କିଶୋର ଲେଙ୍କା, ଶିକ୍ଷକ ସନାତନ ଲେଙ୍କା, ଅଶୋକ ଖିଲାର, ପ୍ରଦ୍ୟୁମ୍ନ କୁମାର ସାହୁ, ଶଙ୍କର୍ଷଣ ଧଳ, ଶିକ୍ଷୟିତ୍ରୀ ସାଗରିକା ପୁହାଣ, ନିଳିମା ମଞ୍ଜରୀ ରାଉତ, ମୌନାବତୀ ସାମଲ, ସୁମିତ୍ରା ବେହେରା, ଲକ୍ଷ୍ମୀମଣି ସାହୁ, ବସୁନ୍ଧରା ଜେନା, ମାଧବାନନ୍ଦ ବିଶ୍ୱାଳ, ସନ୍ତୋଷ କୁମାର ବେହେରା, ସଞ୍ଜୟ ସାମଲ, ବିଭୁତି ଭୂଷଣ ବିଶ୍ୱାଳ, ଧିରେନ୍ଦ୍ର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ନେଇ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ମୁଖପତ୍ର ପ୍ରକାଶନ ନେଇ ଏକ କମିଟି ଗଠନ କରାଯାଇଥିଲା । ସେହିପରି ସମାରାହର ଆର୍ଥିକ ବ୍ୟୟ ପରିଚାଳନା ପାଇଁ ଅନ୍ୟ ଏକ କମିଟି ଗଠନ କରାଯାଇଥିଲା । ପ୍ରତ୍ୟେକ ରବିବାର ବିଭିନ୍ନ ଉପ ବିଭାଗର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାକୁ ସମୀକ୍ଷା କରିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା । ମୁଖପତ୍ର ପ୍ରକାଶ ପାଇଁ ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଅଭିଭାବିକା ଏବଂ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କ ଠାରୁ କବିତା, ଗଳ୍ପ ଓ ପ୍ରବନ୍ଧ ଆଦି ଲେଖାମାନ ସଂଗ୍ରହ କରିବା ନେଇ ଦାୟୀତ୍ୱ ପ୍ରଦାନ କରାଯାଇଥିଲା ।


