୫ମ ଶ୍ରେଣୀ ଗରିବ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ: ସୌମ୍ୟା ପ୍ରତ୍ୟାଶା ନାୟକ ପ୍ରଥମ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର ୫ମ ଶ୍ରେଣୀ ଗରିବ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ବଞ୍ଚୋ ସରସ୍ବତୀ ଶିଶୁ ମନ୍ଦିର ର ଛାତ୍ରୀ ସୌମ୍ୟା ପ୍ରତ୍ୟାଶା ନାୟକ ୮୧ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସେହି ଶିଶୁମନ୍ଦିରର ଛାତ୍ର ଦିବ୍ୟଜ୍ୟୋତି ବେହେରା ୭୯ ମାର୍କ ରଖି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ଇଞ୍ଚୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଶୁଭଙ୍କର ନାୟକ ଓ ଡଅଁର ଉଚ୍ଚପ୍ରଥମିକ ବିଦ୍ୟାଳୟ ର ଛାତ୍ର ପାର୍ଥ ସାରଥୀ ପହି ଉଭୟ ୭୮ ମାର୍କ ରଖ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ରଘୁନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶାଳକଣିଆଁର ଛାତ୍ରୀ ସୌମ୍ୟା ସାଗରୀକା ପ୍ରିୟ ଦର୍ଶନୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହାବଳେଶ୍ୱର ର ଛାତ୍ରୀ ଆଇସା ମହାନ୍ତି, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ତେନ୍ତୁଲିପଦିର ଛାତ୍ରୀ ହରପ୍ରିୟା ସାହୁ ସମସ୍ତେ ୭୭ମାର୍କ ରଖି ମିଳିତ ଭାବେ ୪ର୍ଥ ସ୍ଥାନ ହାସଲ କରିଛନ୍ତି। ବଞ୍ଚୋ ସରସ୍ବତୀ ଶିଶୁ ମନ୍ଦିର ର ଦୁଇଜଣ ଛାତ୍ରଛାତ୍ରୀ ଏପରି ସଫଳତା ହାସଲ କରିଥିବାରୁ ସ୍କୁଲ ତରଫରୁ ସୌମ୍ୟା ପ୍ରତ୍ୟାଶା ନାୟକ ଓ ଦିବ୍ୟଜ୍ୟୋତି ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ଜେନା, ସଭାପତି ଚିନ୍ତାମଣି ରାଉତ, ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ, ଦୟାନିଧି ରାଉତ, ଜ୍ଞାନ ରଞ୍ଜନ ସାମନ୍ତସିଂହାର, ମଦନ ମୋହନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଉଭୟ କୃତ୍ତି ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


