କେନ୍ଦ୍ରାପଡା କଲେଜରେ ପରୀକ୍ଷା ଡ୍ୟୁଟିରେ ଅବହେଳା:+୨ ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି ନିରୀକ୍ଷକ ଓ ରିଲିଭର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚାଲିଥିବା +୨ ପରୀକ୍ଷା କେନ୍ଦ୍ରରେ ନିରୀକ୍ଷକ ଓ ରିଲିଭର ଅନୁପସ୍ଥିତ ରହୁଥିବା ନେଇ ଅଭିଯୋଗ ହୋଇଛି। ଆଜି ମାତୃଭାଷା ବିଷୟରେ ପରୀକ୍ଷା ଥିବା ବେଳେ ନିରୀକ୍ଷକ କମ୍ପ୍ୟୁଟର ସାଇନ୍ସ ବିଭାଗର ଜଣେ ଅଧ୍ୟାପକ ଓ ସମାଜବିଜ୍ଞାନ ବିଭାଗର ଜଣେ ଅଧ୍ୟାପିକା ଅନୁପସ୍ଥିତ ଥିବା ଦେଖାଯାଇଥିଲା। ସେହିପରି ରିଲିଭର ଦାୟୀତ୍ୱରେ ଥିବା ଇଂରାଜୀ ବିଭାଗର ଜଣେ ଅଧ୍ୟାପକ ମଧ୍ୟ ଅନୁପସ୍ଥିତ ଥିବା ଦେଖାଯାଇଥିଲା। ଏସମ୍ପର୍କରେ ସେମାନଙ୍କୁ ପୂର୍ବରୁ ପରୀକ୍ଷା ପରିଚାଳନା ଦାୟୀତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀଙ୍କ ପକ୍ଷରୁ ଅବଗତ କରାଯାଇଥିଲେବି ଉପରୋକ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ବିନା ଅନୁମତିରେ ଅନୁପସ୍ଥିତ ରହିଥିଲେ। +୨ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବହେଳା କରିବା ଘଟଣା ସେମାନଙ୍କ ଦାୟୀତ୍ୱବୋଧତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କୁ ପଚାରିବାରେ ସେ କହିଲେ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ