ନାଉଗାଁରେ ହିନ୍ଦୁ ସମ୍ମିଳନୀ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଙ୍ଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ମନ୍ଦିର ପରିସରରେ ହିନ୍ଦୁ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ପ୍ରାଧନ ଶିକ୍ଷକ ରବିନ୍ଦ୍ର କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବାର ପ୍ରବୋଧନ,ପରିବେଶ ସଂରକ୍ଷଣ,ସାମରିକ ସମରସତା,ସ୍ୱ ଆଧାରିତ ଜୀବନ ଏବଂ ନାଗରିକ କର୍ତବ୍ୟବୋଧ ଆଦି ପାଂଟ ଗୋଟି ବିଷୟ ଉପରେ ଜନଜାଗରଣ କରାଯାଇଥିଲା। ଏହି ସମ୍ମିଳନୀରେ ଧର୍ମ ଜାଗରଣ ପ୍ରଶାସନିକ ସଂର୍ପକ ଚିତରଞ୍ଜନ ମହାନ୍ତି, ସହକାରୀ ଶିକ୍ଷକ ନରେଶ ଚନ୍ଦ୍ର ସାହୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର କୁମାର ବିଶ୍ୱାଳ, ଆରଏସଏସ ଶୈକ୍ଷିକ ମହାସଂଘର ଉପଦେଷ୍ଟା ନିଲୁରାମ ଜେନା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ୫ ଗୋଟି ବିଷୟ ଉପରେ ଜନଜାଗରଣ ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଆରଏସଏସର ପ୍ରାନ୍ତ ପ୍ରଚାରକ ସୁମନ୍ତ କୁମାର ପଣ୍ଡା ଯୋଗ ଦେଇ ହିନ୍ଦୁ ସମାଜକୁ ସଂଗଠିତ ଓ ସଚେତନ ରହିବା, ଧର୍ମ ଓ ସଂସ୍କତିକୁ ସୁରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ