ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ନିଆଁ ବାଣ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ
କଟକ, (ଓ୍ବାଇଏନଏସ): ଆଜି ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ହୋଇଛି। ଏହି ପ୍ରସଙ୍ଗକୁ ନେଇ ନବୀନ ନିବାସରେ ପ୍ରବଳ ହଙ୍ଗାମା ହୋଇଛି। ପ୍ରଭାତ ବିଶ୍ୱାଳ ଏବଂ ସୌଭିକ ବିଶ୍ୱାଳ ସଂତୃପ୍ତଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ହଙ୍ଗାମା କରିଛନ୍ତି। ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ସେ କହିଛନ୍ତି, ଯାହାଙ୍କୁ ପ୍ରାର୍ଥୀ ଦିଆଯାଇଛି ସେ ଦଳ ପାଇଁ କିଛି କରିନାହାନ୍ତି। ଯିଏ ଦଳ ପାଇଁ କାର୍ଯ୍ୟ କରିଛନ୍ତି ତାଙ୍କୁ ପ୍ରାର୍ଥୀ କରିଥିଲେ ଭଲ ହୋଇଥାନ୍ତା।ଏହା ଏକପାଖିଆ ନିଷ୍ପତ୍ତି, ସମସ୍ତେ ବସି ନିଷ୍ପତ୍ତି ନେଇ ନାହାନ୍ତି। ଦଳର ୪ ହଜାର କୋଟି କିଏ ନେଇଗଲା କହି ତେର୍ଚ୍ଛା ବାଣ ମାରିଛନ୍ତି। କିଏ ନେଇଗଲେ ସ୍ପଷ୍ଟ ନକଲେ ବି ଇଙ୍ଗିତ କରି ଅସନ୍ତୋଷ ଝାଡ଼ିଛନ୍ତି ପ୍ରଭାତ। ଦଳ ପାଇଁ ମୁଁ ସବୁ ତ୍ୟାଗ ସ୍ବୀକାର କରିଛି ବୋଲି କହିଛନ୍ତି। ଦଳ ମୋର ବହୁ କ୍ଷତି କରିଛି, ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ। ନବୀନ ବାବୁ ଆଲୋଚନା କରନ୍ତୁ। ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦୂରେଇ ଯିବି ବୋଲି ପ୍ରଭାତ କହିଛନ୍ତି।


