ନନ୍-କ୍ୟାଡର ପବ୍ଲିକ ପ୍ରୋସିକ୍ୟୁଟରମାନଙ୍କ ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ

ବାଲେଶ୍ୱର, (ସରୋଜ ପଣ୍ଡା): ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଦୁଇ ଦିନିଆ  ନନ୍-କ୍ୟାଡର ପବ୍ଲିକ ପ୍ରୋସିକ୍ୟୁଟରମାନଙ୍କ ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଓ ରିଫ୍ରେଶର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦେଶର ନୂତନ ଆଇନ ବ୍ୟବସ୍ଥା ପ୍ରବର୍ତ୍ତନ ,ପ୍ରୋସିକ୍ୟୁସନ ବ୍ୟବସ୍ଥାକୁ ସୁସଂଘଟିତ ଓ ସକ୍ରିୟ କରିବା ଏହାର ମୂଖ୍ୟ ଲକ୍ଷ୍ୟ।ଉପ-ନିର୍ଦ୍ଦେଶକ ପ୍ରୋସିକ୍ୟୁସନ (ଡିଡିପି)ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ପ୍ରଶିକ୍ଷଣରେ ନୂତନ ଆଇନ — Bharatiya Nyaya Sanhita (ବିଏନଏସ), Bharatiya Nagarik Suraksha Sanhita (ବିଏନଏସଏସ) ଓ Bharatiya Sakshya Adhiniyam (ବିଏସଏ) ର ପ୍ରବର୍ତ୍ତନ ପରେ ଘଟିଥିବା ପରିବର୍ତ୍ତନସମୂହ ଉପରେ ଗଭୀର ଆଲୋଚନା କରାଯାଉଛି। କାର୍ଯ୍ୟକ୍ରମଟି ଡିଡିପି ଦୀପ୍ତି ରଞ୍ଜନ ଷେଣ୍ଢ ଓ ଅତିରିକ୍ତ ଏସପି ଦେବ ଜ୍ୟୋତି ଦାଶଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା। ପ୍ରଥମେ ଅବସରପ୍ରାପ୍ତ ପ୍ରଫେସର ଚିନ୍ତାମଣି ରାଉତ ପୁରୁଣା ଓ ନୂତନ ଆଇନମାନଙ୍କ ମଧ୍ୟରେ ତୁଳନାତ୍ମକ ବିଶ୍ଳେଷଣ କରି ଗଠନାତ୍ମକ ପରିବର୍ତ୍ତନ ବିଷୟରେ ଅଲୋକପାତ କରିଥିଲେ।
ତାପରେ  ବାଲେଶ୍ୱର ଆଇନ୍ ମହାବିଦ୍ୟାଳୟର ପ୍ରିନ୍ସିପ।ଲ୍ ଡା. ସର୍ବେଶ୍ୱର ସାହୁ ନୂତନ ଆଇନରେ   ଭିକ୍ତିମ୍ କେନ୍ଦ୍ରିକ ବ୍ୟବସ୍ଥା ଓ ଜାମିନ ସମ୍ବନ୍ଧୀୟ ନିୟମାବଳୀ ବିଷୟରେ ଅଲୋଚନା କରିଥିଲେ। ଡିଡିପି ଦୀପ୍ତି ରଞ୍ଜନ ଷେଣ୍ଢ ବିଏନଏସଏସ ଅନୁସାରେ ପ୍ରୋସିକ୍ୟୁସନର ନିର୍ଦ୍ଦିଷ୍ଟ ଭୂମିକା, ମାମଲା ତଦାରଖ, ସମୟସୀମା ପାଳନ ଓ ପ୍ରକ୍ରିୟାଗତ ଅନୁସରଣ ବିଷୟରେ ମନ୍ତବ୍ୟ ରଖିଥିଲେ। ରାଜ୍ୟସ୍ତରରେ ପ୍ରୋସିକ୍ୟୁସନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ପାଇଁ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧ ମାର୍ଚ୍ଚ ୨୦୨୬ ତାରିଖରେ ସମାପ୍ତ ହେବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ